Below header

ଆଜି ଉତ୍କଳ ଦିବସ , ରାଜ୍ୟ ପାଳୁଛି ୮୩ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ବର(କେ ନ୍ୟୁଜ୍‌) : ଆଜି ଉତ୍କଳ ଦିବସ। ୮୩ତମ ଉତ୍କଳ ଦିବସ ପାଳୁଛି ରାଜ୍ୟ। ୧୯୩୬ ମସିହା ଅପ୍ରେଲ ୧ତାରିଖରେ ଭାଷାଭିତ୍ତିରେ ସ୍ୱତନ୍ତ୍ର ପ୍ରଦେଶ ଭାବରେ ଗଠନ ହୋଇଥିଲା ଓଡ଼ିଶା। ଏହି ଦିବସକୁ ପାଳନ କରି ଆଜିବି ମନେହୁଏ, ଓଡ଼ିଆ ଜାତି ଏବେ ମଧ୍ୟ ନୀତି ଓ ଗୌରବମୟ ଅତୀତର ସ୍ମତିଚାରଣ କରୁଛି। ବହୁ ଘାତ ପ୍ରତିଘାତ ସତ୍ତ୍ୱେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶରେ ପରିଣତ ହୋଇଥିଲା। ନୂତନ ଓଡ଼ିଶାର ନିର୍ମାଣ ପର୍ବରେ ଯେଉଁ ମହାପୁରୁଷ ମାନେ ଆପ୍ରାଣ ଉଦ୍ୟମ ଚଳାଇଥିଲେ ଉତ୍କଳ ଜନନୀର ସେହି ସୁଯୋଗ୍ୟ ଦାୟାଦଙ୍କ ପ୍ରତି ଆଜିର ଦିନରେ ଭକ୍ତିପୂତ ପ୍ରଣାମ ଜଣାଇଥାଉ। ନିର୍ବିକାରରେ ଆତ୍ମୋତ୍ସର୍ଗ ଓ ସ୍ୱାର୍ଥତ୍ୟାଗ କରି ଯେଉଁ କେତେଜଣ ସୁନାମଧନ୍ୟ ଯୁଗପ୍ରବର୍ତ୍ତକ ନିଜର ନିଃସ୍ୱାର୍ଥପରତା ପ୍ରତିପାଦନ କରିଛନ୍ତି ସେମାନଙ୍କ ମଧ୍ୟରେ ଉତ୍କଳଗୌରବ ମଧୁସୂଦନ ଦାସ, ଗଜପତି କୃଷ୍ଣଚନ୍ଦ୍ର ଦେବ, ଗୋପବନ୍ଧୁ ଦାସ, ପଣ୍ଡିତ ଗୋଦାବରୀଶ ମହାପାତ୍ର, କର୍ମବୀର ଗୌରୀଶଙ୍କର ପ୍ରମୁଖ ଅଟନ୍ତି। ଫଳରେ ଶତାବ୍ଦୀ ଶତାବ୍ଦୀ ଧରି ଉଚ୍ଚ ପରମ୍ପରା, ସଂସ୍କୃତି ଓ ମୂଲ୍ୟବୋଧର ସ୍ୱାତନ୍ତ୍ର‌୍ୟ ରଖିଆସିଥିବା ଓଡ଼ିଆଙ୍କ ସ୍ୱତନ୍ତ୍ର ପ୍ରଦେଶ ଗଠନର ଆଶା, ଆକାଂକ୍ଷା ଓ ସ୍ୱପ୍ନ ବାସ୍ତବତାରେ ପରିଣତ ହୋଇଥିଲା।

utkal diwasଏହି ଉତ୍କଳ ଦିବସ ଉପଲକ୍ଷେ ଗତକାଲି ସଂଧ୍ୟାରେ ରାଜଧାନୀର ବିଭିନ୍ନ ସ୍ଥାନରେ ଆଲୋକମାଳାର ସାଜସଜ୍ଜା ଦେଖିବାକୁ ମିଳିଛି। ରଙ୍ଗୀନ୍‌ ଆଲୋକରେ ଝଲସି ଉଠିଛି ରାଜଧାନୀ । ବିଧାନସଭା, ସଚିବାଳୟ, କମିସନରରେଟ ପୋଲିସ ଭବନ, ରବିନ୍ଦ୍ର ମଣ୍ଡପ, ୧୨୦ ବାଟାଲିୟନ, ରାଜ୍ୟ ଅତିଥି ଭବନ ଏବଂ ବିଭିନ୍ନ ସ୍ଥାନକୁ ଆଲୋକମାଳାରେ ସଜାଯାଇଥିଲା। ବିଭିନ୍ନ ପ୍ରକାର ଡିଜାଇନ୍‌ର ଲାଇଟ୍‌ ସଜ୍ଜାଯାଇଛିା ସନ୍ଧ୍ୟାରେ ରାଜଧାନୀବାସୀ ଆଲୋକମୟ ସ୍ଥାନରେ ଛିଡା ହୋଇ ସେଲ୍ଫି ନେଉଥିବା ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.