Below header

ଆଇପିଏଲରେ ଧୋନୀ ଧମାକା , ରାଜସ୍ଥାନକୁ ୮ ରନ୍‌ରେ ହରାଇ ଚେନ୍ନାଇର ହାଟ୍ରିକ ବିଜୟ

କେ ନ୍ୟୁଜ୍‌ : ଆଇପିଏଲ୍‌ରେ ଧୋନୀ ଧମାକା । ଚେନ୍ନାଇର ହାଟ୍ରିକ୍‌ ବିଜୟ । ଗତକାଲି ରାଜସ୍ଥାନ ବିରୋଧରେ ଖେଳାଯାଇଥିବା ମ୍ୟାଚ୍‌ରେ ଧୋନୀଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଥିଲା । ଧୋନୀ ଖେଳିଥିଲେ ୭୫ ରନ୍‌ର ଇନିଂସ । ଯେଉଁଥିରେ ଥିଲା ୪ଟି ଛକ୍କା ଓ ୪ଟି ଚୌକା । ଧୋନୀଙ୍କ ବ୍ୟତୀତ ସୁରେଶ ରୈନା ୩୬ ରନ୍‌ କରିଥିଲେ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ୫ ଓ୍ଵିକେଟ୍‌ରେ ୧୭୫ ରନ୍‌ କରିଥିଲା । ଜବାବରେ ରାଜସ୍ଥାନ ନିର୍ଦ୍ଧାରିତ ଓଭରରେ ୧୬୭ ରନ୍‌ କରିବାରେ ସକ୍ଷମ ହୋଇଥିଲା । ଏହି ବିଜୟ ସହ ଚଳିତ ଆଇପିଏଲ୍‌ରେ ଚେନ୍ନାଇ ହ୍ୟାଟ୍ରିକ୍‌ ବିଜୟ ହାସଲ କରିଛି ।

dhoni iplସେହିପରି ଗତକାଲି ଆଉ ଏକ ଧମାକେଦାର ମ୍ୟାଚ୍‌ ଦେଖିବାକୁ ମିଳିଥିଲା । ଆଇପିଏଲ୍‌ ଇତିହାସରେ ଦ୍ୱିତୀୟ ଥର ପାଇଁ ଗୋଟିଏ ଇନିଂସରେ ଦୁଇଟି ଶତକ ହୋଇଥିଲା । ବେଙ୍ଗାଲୁରୁ ବିରୋଧରେ ହାଇଦ୍ରାବାଦର ଡେଭିଡ୍‌ ଓ୍ଵାର୍ଣ୍ଣର ଓ ଜନି ବେୟାରଷ୍ଟୋ ଶତକ କରିଥିଲେ । ବେୟାରଷ୍ଟୋ ୧୧୪ ଓ ଓ୍ଵାର୍ଣ୍ଣର ୧୦୦ ରନ୍‌ କରିଥିଲେ । ମାତ୍ର ଦୁଇ ଓ୍ଵିକେଟ୍‌ରେ ଦଳ କରିଥିଲା ୨୩୧ ରନ୍‌ । ଜବାବରେ ବେଙ୍ଗାଲୁରୁ ମାତ୍ର ୧୧୩ ରନ୍‌ କରି ଅଲଆଉଟ୍‌ ହୋଇଥିଲା । ସେପଟେ ଆଜି ଆଇପିଏଲରେ ଗୋଟିଏ ମ୍ୟାଚ୍‌ ଖେଳାଯିବ । ପଞ୍ଜାବ ଓ ଦିଲ୍ଲୀ ମଧ୍ୟରେ ଟକ୍କର ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.