ରାଜ୍ୟ

ଟପ୍ପର ଛାତ୍ରଙ୍କ ପାଠପଢ଼ାରେ ବାଧକ ସାଜିଛି ଅଭାବ, ଅଧାରେ ରହିଯିବନି ତ ଆଇଏଏସ୍ ହେବାର ସ୍ବପ୍ନ ?

ଆଳି: ଅଭାବ ବଦଳାଇ ଦିଏ ମଣିଷର ପରିସ୍ଥିତି ଆଉ ତା ଚାଲିଚଳନ। ଭାଙ୍ଗିଦିଏ ସମସ୍ତ ଆଶା ଓ ସ୍ବପ୍ନ । ପ୍ରତିଭା ଥାଇ ବି ନଥାଏ କିଛି କରିବାର ସାହାସ । କାରଣ ଅର୍ଥ ହିଁ ସବୁର ମୂଳ। ଏମିତି ଏକ ମେଧାବୀ ଛାତ୍ର ଯିଏ ଗରିବ ପରିବାରରୁ ଆସିଥିଲେ ମଧ୍ୟ  ପାଠପଢ଼ାରେ ଦେଖାଇଛନ୍ତି ନିଜର କମାଲ୍। ଚଳିତ ବର୍ଷ +୨କଳାରେ ୫୦୬ ନମ୍ବର ରଖି କେନ୍ଦ୍ରାପଡ଼ା ଜିଲ୍ଲାରେ ଦ୍ୱିତୀୟ ଟପ୍ପର ହୋଇଛନ୍ତି । ଆଉ ଉଚ୍ଚଶିକ୍ଷା ଗ୍ରହଣ କରିବାକୁ ଇଚ୍ଛା ଥିଲେବି ବାଧକ ସାଜିଛି ଅର୍ଥ। ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ +୩ରେ ପାଠପଢିବା ସମ୍ଭବ ହୋଇ ପାରୁନି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଏକମାଣିଆ ଗାଁର ମେଧାବୀ ଛାତ୍ର ପରମାନନ୍ଦ ବେହେରା। ଯିଏ ଆଶା ରଖିଛନ୍ତି ପାଠପଢି ଦିନେ ଆଇଏଏସ ଅଫିସର ହେବେ ।

କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ରୁ +୨କଳାରେ ୫୦୬ ନମ୍ବର ରଖି ଜିଲାର ଦ୍ୱିତୀୟ ଟପ୍ପର ହୋଇଛନ୍ତି । ଆଗକୁ ରେଭେନ୍ସା ମହାବିଦ୍ୟାଳୟରେ +୩ କଳା ରେ ପାଠପଢିବା ପାଇଁ ଆବେଦନ କରିଛନ୍ତି। କିନ୍ତୁ ପରିବାରର ଅର୍ଥ ଅଭାବ ଯୋଗୁ ପାଠ ପଢିବା କଷ୍ଟକର ହୋଇପଡିଛି । ବହୁ କଷ୍ଟରେ ବାପା ପ୍ରତାପ ବେହେରା ପରର ମୁଲଲାଗି ମାଟ୍ରିକ ଓ +୨ଯାଏଁ ପରମାନନ୍ଦଙ୍କୁ ପାଠ ପଢ଼ାଇଛନ୍ତି । ଆଉ ଏବେ ପୁଅକୁ ପାଠ ପଡାଇବା ପ୍ରତାପଙ୍କ ପାଇଁ ଅସମ୍ଭବ ।

ପରମାନନ୍ଦଙ୍କ ବାପା ପର ଘରେ ମୂଲଲାଗି ୭ପ୍ରାଣୀ କୁଟୁମ୍ବ ଚଳାନ୍ତି। ପରମାନନ୍ଦଙ୍କୁ ବହୁ କଷ୍ଟରେ +୨ଯାଏଁ ପାଠ ପଢାଇଛନ୍ତି । ପରମାନନ୍ଦ ଆଗକୁ ପାଠ ନପଢିଲେ ତାଙ୍କ ଭବିଷ୍ୟତ ଏକ ପ୍ରକାରର ଅନ୍ଧାର ଭିତରୁ ଚାଲିବ। ତେଣୁ ତାଙ୍କର ଆଇଏସ ହେବାର ସ୍ୱପ୍ନ ସ୍ୱପ୍ନରେ ରହିଯିବା ପୂର୍ବରୁ ଏଦିଗରେ ପ୍ରଶାସନ ଯଦି ଏହି ଅଭାବୀ ପରିବାରୁ ସହାୟତାର ହାତ ବଢାନ୍ତା ତେବେ ପରମାନନ୍ଦଙ୍କ ଭଳି ଜଣେ ମେଧାବୀ ଛାତ୍ର ନିଜ ସ୍ବପ୍ନକୁ ପୂରଣ କରିବାରେ ସଫଳ ହୋଇପାରନ୍ତେ । ଯଦି ଆପଣମାନେ ପରମାନନ୍ଦଙ୍କୁ ସାହଯ୍ୟ କରିବାକୁ ଚାହୁଁଛନ୍ତି ତେବେ ତାଙ୍କ ମୋବାଇଲ ନମ୍ବରରେ ଯୋଗାଯୋଗ କରିପାରିବେ । ତାଙ୍କ ମୋବାଇଲ ନମ୍ବର ହେଉଛି ୭୮୧୫୦୬୫୯୮୮

 

 

Sonalisa

Recent Posts

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

6 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

17 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

46 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

1 hour ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago