Below header

ଟପ୍ପର ଛାତ୍ରଙ୍କ ପାଠପଢ଼ାରେ ବାଧକ ସାଜିଛି ଅଭାବ, ଅଧାରେ ରହିଯିବନି ତ ଆଇଏଏସ୍ ହେବାର ସ୍ବପ୍ନ ?

ଆଳି: ଅଭାବ ବଦଳାଇ ଦିଏ ମଣିଷର ପରିସ୍ଥିତି ଆଉ ତା ଚାଲିଚଳନ। ଭାଙ୍ଗିଦିଏ ସମସ୍ତ ଆଶା ଓ ସ୍ବପ୍ନ । ପ୍ରତିଭା ଥାଇ ବି ନଥାଏ କିଛି କରିବାର ସାହାସ । କାରଣ ଅର୍ଥ ହିଁ ସବୁର ମୂଳ। ଏମିତି ଏକ ମେଧାବୀ ଛାତ୍ର ଯିଏ ଗରିବ ପରିବାରରୁ ଆସିଥିଲେ ମଧ୍ୟ  ପାଠପଢ଼ାରେ ଦେଖାଇଛନ୍ତି ନିଜର କମାଲ୍। ଚଳିତ ବର୍ଷ +୨କଳାରେ ୫୦୬ ନମ୍ବର ରଖି କେନ୍ଦ୍ରାପଡ଼ା ଜିଲ୍ଲାରେ ଦ୍ୱିତୀୟ ଟପ୍ପର ହୋଇଛନ୍ତି । ଆଉ ଉଚ୍ଚଶିକ୍ଷା ଗ୍ରହଣ କରିବାକୁ ଇଚ୍ଛା ଥିଲେବି ବାଧକ ସାଜିଛି ଅର୍ଥ। ପରିବାରର ଆର୍ଥିକ ଅବସ୍ଥା ଭଲ ନଥିବାରୁ +୩ରେ ପାଠପଢିବା ସମ୍ଭବ ହୋଇ ପାରୁନି। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଏକମାଣିଆ ଗାଁର ମେଧାବୀ ଛାତ୍ର ପରମାନନ୍ଦ ବେହେରା। ଯିଏ ଆଶା ରଖିଛନ୍ତି ପାଠପଢି ଦିନେ ଆଇଏଏସ ଅଫିସର ହେବେ ।

paramanandaକେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ରୁ +୨କଳାରେ ୫୦୬ ନମ୍ବର ରଖି ଜିଲାର ଦ୍ୱିତୀୟ ଟପ୍ପର ହୋଇଛନ୍ତି । ଆଗକୁ ରେଭେନ୍ସା ମହାବିଦ୍ୟାଳୟରେ +୩ କଳା ରେ ପାଠପଢିବା ପାଇଁ ଆବେଦନ କରିଛନ୍ତି। କିନ୍ତୁ ପରିବାରର ଅର୍ଥ ଅଭାବ ଯୋଗୁ ପାଠ ପଢିବା କଷ୍ଟକର ହୋଇପଡିଛି । ବହୁ କଷ୍ଟରେ ବାପା ପ୍ରତାପ ବେହେରା ପରର ମୁଲଲାଗି ମାଟ୍ରିକ ଓ +୨ଯାଏଁ ପରମାନନ୍ଦଙ୍କୁ ପାଠ ପଢ଼ାଇଛନ୍ତି । ଆଉ ଏବେ ପୁଅକୁ ପାଠ ପଡାଇବା ପ୍ରତାପଙ୍କ ପାଇଁ ଅସମ୍ଭବ ।

studentପରମାନନ୍ଦଙ୍କ ବାପା ପର ଘରେ ମୂଲଲାଗି ୭ପ୍ରାଣୀ କୁଟୁମ୍ବ ଚଳାନ୍ତି। ପରମାନନ୍ଦଙ୍କୁ ବହୁ କଷ୍ଟରେ +୨ଯାଏଁ ପାଠ ପଢାଇଛନ୍ତି । ପରମାନନ୍ଦ ଆଗକୁ ପାଠ ନପଢିଲେ ତାଙ୍କ ଭବିଷ୍ୟତ ଏକ ପ୍ରକାରର ଅନ୍ଧାର ଭିତରୁ ଚାଲିବ। ତେଣୁ ତାଙ୍କର ଆଇଏସ ହେବାର ସ୍ୱପ୍ନ ସ୍ୱପ୍ନରେ ରହିଯିବା ପୂର୍ବରୁ ଏଦିଗରେ ପ୍ରଶାସନ ଯଦି ଏହି ଅଭାବୀ ପରିବାରୁ ସହାୟତାର ହାତ ବଢାନ୍ତା ତେବେ ପରମାନନ୍ଦଙ୍କ ଭଳି ଜଣେ ମେଧାବୀ ଛାତ୍ର ନିଜ ସ୍ବପ୍ନକୁ ପୂରଣ କରିବାରେ ସଫଳ ହୋଇପାରନ୍ତେ । ଯଦି ଆପଣମାନେ ପରମାନନ୍ଦଙ୍କୁ ସାହଯ୍ୟ କରିବାକୁ ଚାହୁଁଛନ୍ତି ତେବେ ତାଙ୍କ ମୋବାଇଲ ନମ୍ବରରେ ଯୋଗାଯୋଗ କରିପାରିବେ । ତାଙ୍କ ମୋବାଇଲ ନମ୍ବର ହେଉଛି ୭୮୧୫୦୬୫୯୮୮

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.