ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ଟପିଲା ୧୦ଲକ୍ଷ, ଆମେରିକା ଓ ବ୍ରାଜିଲ ପରେ ତୃତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ଟପିଲା ୧୦ଲକ୍ଷ । ବିଶ୍ୱବ୍ୟାପୀ ମହାମାରୀ ୧୦ ଲକ୍ଷ ୨ ହଜାର ୧୫୮ ଆକ୍ରାନ୍ତଙ୍କ ଜୀବନ ନେଇଛି । ଆମେରିକାରେ ମୋଟ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୯ହଜାର ୪୫୩ ହୋଇଥିବା ବେଳେ ବ୍ରାଜିଲରେ କରୋନା ନେଇଛି ୧ ଲକ୍ଷ ୪୧ ହଜାର ୭୭୬ ଜୀବନ । ଆମେରିକା ଓ ବ୍ରାଜିଲ ପରେ କରୋନା ମୃତ୍ୟୁ ସଂଖ୍ୟାରେ ଭାରତ ତୃତୀୟ ସ୍ଥାନରେ ରହିଛି । ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୬୦ ଲକ୍ଷ ପାର୍‌ କରିଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ୫୦ ଲକ୍ଷ ପାର୍‌ କରିଛି ।

ଦେଶରେ ବର୍ତ୍ତମାନ ସୁଦ୍ଧା ୬୦ ଲକ୍ଷ ୭୩ ହଜାର ୩୪୮ ରହିଥିବା ବେଳେ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୯୫ ହଜାର ୫୭୪ରେ ପହଞ୍ଚିଛି । ମାତ୍ର ୧୧ ଦିନରେ ଶେଷ ୧୦ ଲକ୍ଷ ଆରୋଗ୍ୟ ଲାଭ କରିଛନ୍ତି। ସାରା ବିଶ୍ୱରେ କାୟା ବିସ୍ତାର କରିଛି କରୋନା । ୩ କୋଟି ୩୨ ଲକ୍ଷ ୯୮ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । କରୋନା ଟିକା ଆସିବା ପୂର୍ବରୁ ବିଶ୍ୱବ୍ୟାପୀ ମୃତ୍ୟୁସଂଖ୍ୟା ୨୦ ଲକ୍ଷ ଡେଇଁ ଯିବ ବୋଲି ଚେତେଇ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ମହାମାରୀର ମୁକାବିଲା ପାଇଁ ସବୁ ଦେଶ ସଂଗଠିତ ଭାବରେ କାମ କରିବାକୁ ପରାମର୍ଶ ଦେଇଛି WHO ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.