ଆସନ୍ତାକାଲିଠୁ ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ଆଜି ବିଜେଡି ଓ କଂଗ୍ରେସ ବିଧାୟକ ଦଳ ବୈଠକ

ଭୁବନେଶ୍ବର: ଏଥର ସରଗରମ ହେବ ବିଧାନସଭା ମୌସୁମୀ ଅଧିବେଶନ। ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭା ମୌସୁମୀ ଅଧିବେଶନ । ଏହା ପୂର୍ବରୁ ଆଜି ବସିବ ବିଜେଡି ଓ କଂଗ୍ରେସ ବିଧାୟକ ଦଳ ବୈଠକ । ବିଜୁଳି ଦର ବୃଦ୍ଧି, ବନ୍ୟା, ବଗଲା ଧର୍ମଶାଳା ଜମିି, କୋଭିଡ୍ ୧୯ ପରିଚାଳନା ଆଦି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବା ପାଇଁ ଯୋଜନା କରିଛନ୍ତି ବିରୋଧୀ ।
ସେପଟେ ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି ସରକାରୀ ଦଳ । ଏଭିତରେ ବିଜେପି ବିଧାୟକ ଦଳ ବୈଠକ ସରିଛି । ଆୟୁଷ୍ମାନ ଭାରତ ଯୋଜନାରେ ଓଡ଼ିଶା ସାମିଲ ନହେବା, ପ୍ରଧାନମନ୍ତ୍ରୀ କିଶାନ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇବା ପ୍ରସଙ୍ଗ ଗୃହରେ ଉଠାଇବାକୁ ଯୋଜନା କରିଛି ବିଜେପି ।
ଅଧିବେଶନ ପୂର୍ବରୁ ବିଧାନସଭା ସୁରକ୍ଷା ବ୍ୟବସ୍ଥା ନେଇ ଆଜି ଯାଞ୍ଚ କରିବ କମିଶନରେଟ୍ ପୋଲିସ । କୋଭିଡ ନିୟମ ଅନୁସାରେ ଯେଉଁ ପୋଲିସ କର୍ମଚାରରୀ ମାନେ ଡ୍ୟୁଟି କରିବେ, ସେମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟକୁ ଗୁରୁତ୍ୱ ଦେବାକୁ କୁହାଯାଇଛି ।