ଦୁଇଟି କେମୋଥେରାପୀ ପରେ ଏମିତି ଦେଖାଯାଉଛନ୍ତି ସଞ୍ଚୟ ଦତ୍ତ, ଫଟୋ ଦେଖି ଫ୍ୟାନ୍ସ ଦେଉଛନ୍ତି ଏଭଳି ପ୍ରତିକ୍ରିୟା

ସଞ୍ଜୟ ଦତ୍ତ ଏବେ ଫୁସଫୁସ୍ କ୍ୟାନସା ରୋଗରେ ପୀଡିତ। ଗତ କିଛି ଦିନ ଧରି ସେ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଏହି ଖବର ଜାଣିବା ପରେ ତାଙ୍କର ଫ୍ୟାନଙ୍କ ବହୁତ ମନ ଖରାପ ହୋଇଥିଲା। ସଞ୍ଜୟ ଦତ୍ତଙ୍କର କିଛି ଫଟୋ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଦୁବାଇରେ ନିଜ ଫ୍ୟାମିଲୀ ସହିତ ଏହି ସଂଘର୍ଷମୟ ସମୟରେ ହସୁଥିବା ନଜର ଆସୁଛନ୍ତି।
ଖବର ଆସୁଛି ଯେ ସଞ୍ଜୟ ଦତ୍ତ ବହୁତ ଜଲଦି ମୁମ୍ବାଇ ଫେରିଆସିବେ। କାହିଁକିନା ତାଙ୍କ ଥାର୍ଡ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏହି ଫଟୋରେ ସଞ୍ଜୟ ଦତ୍ତ ନିଜ ପିଲାମାନଙ୍କ ସହିତ କ୍ୱାଲିଟୀ ଟାଇମ୍ ବିତାଉଛନ୍ତି। ଏଥିରେ ତାଙ୍କ ସ୍ତ୍ରୀ ମାନ୍ୟତା ସେଲଫି ନେଉଥିବାର ଦେଖିବାକୁ ମିଳୁଛି।
ତେବେ ସଞ୍ଜୟ ଦତ୍ତଙ୍କର ଏହି ଭାଇରାଲ ଫଟୋ ଦେଖି ସୋସିଆଲ ମିଡିଆ ୟୁଜର୍ସ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି। କିଲ କହୁଛି ସେଲଫିରେ ମାନ୍ୟତା ଦତ୍ତଙ୍କର ଆଇବ୍ରୋ ଖାଲି ଦେଖାଯାଉଛି।
ସେହିପରି ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି ଲାଗୁଛି ତାଙ୍କର କ୍ୟାନ୍ସର ଗାୟବ ହୋଇଯାଇଛି। ସେହିପରି ଆଉ ଜଣେ ୟୁଜର ମାନ୍ୟତା ଦତ୍ତଙ୍କୁ ଲେଖିଛନ୍ତି ମ୍ୟାଡମ ତାଙ୍କ ଟ୍ରିଟମେଣ୍ଟ ଭଲରେ କରନ୍ତୁ। ଗୋଟେ ଗୋଟେ ମିନିଟ୍ ବହୁତ ମହତ୍ତ୍ୱପୂର୍ଣ୍ଣ। ଏ ସମୟ ସେଲଫି ନେବାର ନୁହେଁ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସଞ୍ଜୟ ଦତ୍ତଙ୍କର ଏହି କଠିନ ସମୟରେ ପତ୍ନୀ ମାନ୍ୟତା ଦତ୍ତ ତାଙ୍କୁ ବହୁତ ସାଥ୍ ଦେଉଛନ୍ତି, ତାଙ୍କ ସାହସ ବଢ଼ାଉଛନ୍ତି ଏବଂ ସୋସିଆଲ ମିଡିଆ ଜରିଆରେ ନିଜ ସ୍ୱାମୀଙ୍କର ସ୍ୱାସ୍ଥ୍ୟବସ୍ଥା ବିଷୟରେ ସୂଚନା ଦେଉଛନ୍ତି।