ଆଇପିଏଲ୍‌ ୨୦୨୦: ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍‌ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର; ଏମିତି ହୋଇପାରେ ପ୍ଲାନିଂ

ଆଇପିଏଲ୍‌ରେ ଆଜି ମୁମ୍ବାଇ ଇଣ୍ଡିଆନ୍‌କୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଉଭୟ ଟିମ୍‌ ଚଳିତ ସିଜନ୍‌ରେ ଦ୍ୱିତୀୟ ମ୍ୟାଚ୍‌ ଜିତିବା ପାଇଁ ମଇଦାନ୍‌କୁ ଓହ୍ଲାଇବେ। ରୋହିତଙ୍କ ପ୍ରତିନିଧିତ୍ୱରେ ମୁମ୍ବାଇ ପଡ଼ିଆକୁ ଓହ୍ଲାଇବ। ସେହିପରି ବିରାଟଙ୍କ ଅଧିନାୟକତ୍ୱରେ ବାଙ୍ଗାଲୋର ବିଜୟ ହାସଲ କରିବାକୁ ପ୍ରାଣପଣେ ଚେଷ୍ଟା କରିବ। ଦୁବାଇରେ ହେବାକୁ ଥିବା ଏହି ମୁକାବିଲା ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।

ଆରସିବି ତରଫରୁ ପୁଣିଥରେ ଦେବଦତ୍ତ ପଡିକ୍କଲ ଓ ଆରୋନ୍‌ ଫିଞ୍ଚ୍‌ ଓପନିଂ କରିପାରନ୍ତି। ସେହିପରି ମଧ୍ୟକ୍ରମରେ କ୍ୟାପ୍‌ଟେନ୍‌ ବିରାଟ କୋହଲି ଓ ଏବି ଡିବିଲିୟର୍ସ ଖେଳିବେ। ଏହା ବ୍ୟତୀତ ପାର୍ଥିବ ପଟେଲ, ମୋଇନ୍‌ ଅଲ୍ଲୀ, ଶିବମ୍‌ ଦୁବେଙ୍କୁ ସୁଯୋଗ ମିଳିପାରେ। ଅନ୍ୟପଟେ ଓ୍ଵାଶିଂଟନ୍‌ ସୁନ୍ଦର, ନବଦୀପ ସୈନୀ, ମହମ୍ମଦ ସିରାଜ, ଯୁଜବେନ୍ଦ୍ର ଚହଲ ବୋଲିଂ କରିପାରନ୍ତି।

ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ରୋହିତ ଶର୍ମା ଓ କ୍ୱିଣ୍ଟନ୍‌ ଡିକକ୍‌ ଓପନିଂ କରିବେ। ମଧ୍ୟକ୍ରମରେ ସୌରଭ ତିଓ୍ଵାରୀ, ସୂର୍ଯ୍ୟକୁମାର ଯାଦବ, କିରୋନ୍‌ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, କୁନାଲ ପାଣ୍ଡ୍ୟା ଖେଳିବେ। ଏହା ବ୍ୟତୀତ ବୋଳିଂ କରିବେ ଟ୍ରେଣ୍ଟ ବୋଲ୍ଡ, ଯଶପ୍ରୀତ ବୁମ୍‌ରାହ, ରାହୁଲ ଚାହର ଓ ଜେମ୍ସ ପେଣ୍ଟିସନ୍‌।