ରାଜ୍ୟ

ସ୍ୱଚ୍ଛ ସୁନ୍ଦର ବଲାଙ୍ଗିର ଗଠନ କରିବେ କିନ୍ନର

ବଲାଙ୍ଗୀର (କେନ୍ୟୁଜ) : କେତେବଳେ ଲୋକଙ୍କ ବିଦୃପ ତ ଆଉ କେତେବେଳେ ଲୋକଙ୍କ ଆକ୍ରୋଶ । ଆଜିର ସମାଜରେ କିଛି ଏପରି ଜୀବନ ଜିଉଁଛନ୍ତି କିନ୍ନର । ସେମାନଙ୍କର ବି ଅନ୍ୟ ମାନଙ୍କ ଭଳି ସ୍ୱାଧୀନ ଭାବରେ ବଞ୍ଚିବାର ସମ୍ପୂର୍ଣ୍ଣ ଅଧିକାର ଅଛି। ହେଲେ ଏବେବି ସମାଜରେ ଏମାନଙ୍କୁ ପୂର୍ଣ୍ଣ ଭାବେ ସ୍ୱାଧୀନତା ମିଳିପାରୁନି। ହେଲେ କିନ୍ନର ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ପ୍ରୟାଶ ଆରମ୍ଭ କରିଛି ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ । ସ୍ୱଚ୍ଛ ସବାରୀର ସାରଥି ସାଜିିଛନ୍ତି କିନ୍ନର ମାନେ । ଏମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିର ସୁଧାର ଆଣିବା ପାଇଁ ପ୍ରସ୍ତୁତ ହୋଇଛି ଯୋଜନା । ସ୍ୱଚ୍ଛ ଶବାରୀକୁ ଆଦରୀ ନେଇଛନ୍ତି କିନ୍ନର ।

ପ୍ରତିଦିନ ସକାଳୁ ସକାଳୁ ହିଁ ଆରମ୍ଭ ହୁଏ କିନ୍ନର ମାନଙ୍କର ସଫେଇ କାମ । ବ୍ୟାଟେରୀ ଚାଳିତ ସ୍ୱଚ୍ଛ ଶବାରୀ ଧରି ବାହାରୀ ପଡୁଛିନ୍ତି ଏମାନେ। ବଲାଙ୍ଗିର ସହରର ଘର ଘର ବୁଲି ପ୍ରତି ଦୁଆର ମୁହଁରୁ ଆବର୍ଜନା ସଂଗ୍ରହ କରୁଛିନ୍ତିା ତେବେ ସବୁଠୁ ଖାସ୍ କଥା ହେଉଛି ବଲାଙ୍ଗିରା ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ କିନ୍ନର ମାନଙ୍କୁ ବ୍ୟାଟେରୀ ଚାଳିତ ଗାଡି ଯୋଗାଇ ଦିଆ ଯାଇଛିା ଏବେ ସ୍ୱଚ୍ଛ ସୁନ୍ଦର ବଲାଙ୍ଗିର ଗଠନ ହେବ ଆଉ ଏଥିପାଇଁ ପ୍ରଚେଷ୍ଟା ଚଲାଇଛନ୍ତି ବଲାଙ୍ଗିରର ଏହି କିନ୍ନର ମାନେ । ଏବେ ଏମାନଙ୍କୁ ଆଉ ପର ପାଖରେ ହାତ ପତାଇବା କୁ ପଡୁନାହିଁ କାହିଁକିନା ଏବେ ଏମାନେ ସ୍ୱାବଲମ୍ବୀ।

କିନ୍ନର ମାନଙ୍କର ସାମାଜିକ ଓ ଆର୍ଥିକ ବିକାଶ ନେଇ ଗୁରୁତ୍ୱ ଦେଇଛି ଜିଲ୍ଲା ପ୍ରଶାସନ । ପୁର୍ବରୁ କିନ୍ନର ମାନଙ୍କୁ ଭିକ୍ଷା ବୃତ୍ତି କରି କିମ୍ବା ଅନ୍ୟ ପାଖରେ ମୁଲ ଲାଗି ପେଟ ପୋଷିବାକୁ ପଡୁଥିଲା । ହେଲେ ଏବେ ଏମାନେ ସ୍ୱାଭିମାନରେ ବଞ୍ଚିବେ । ଆଉ ବଲାଙ୍ଗିର ବିକାଶରେ ସାମିଲ ହେବେ ।

Pritiparna

Recent Posts

ଗ୍ରାଜୁଏସନ କରିଥିଲେ ଆକାଉଣ୍ଟ ଅଫିସର ପାଇଁ କରନ୍ତୁ ଆବେଦନ, ମାସକୁ ମିଳିବ ୯୦ ହଜାରରୁ ଅଧିକ ଦରମା

ଆସିଷ୍ଟାଣ୍ଟ ଆକାଉଣ୍ଟ ଅଫିସର ପଦବୀ ପାଇଁ ଭର୍ତ୍ତି ହେଉଛି । ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ…

2 mins ago

ଆଜି ମୁଖ୍ୟମନ୍ତ୍ରୀ ବାଛିବ ବିଜେପି, ଓଡ଼ିଶା ପହଞ୍ଚିଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ

ଆଉ କିଛି ଘଣ୍ଟାର ଅପେକ୍ଷା । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିବ। ମୁଖ୍ୟମନ୍ତ୍ରୀ ସସ୍ପେନ୍ସରୁ ପରଦା ହଟିବ। ଆଜି ମୁଖ୍ୟମନ୍ତ୍ରୀ…

10 mins ago

iphone ୟୁଜର୍ସଙ୍କ ପାଇଁ ହ୍ଵାଟ୍ସଆପ୍‌ ଆଣିଲା ଖାସ୍‌ ଫିଚର, ଜରୁରୀ ଚାଟ ହେବ ଆହୁରି ସୁରକ୍ଷିତ

ଆଇଫୋନ୍ ୟୁଜର୍ସଙ୍କ ପାଇଁ ହ୍ଵାଟ୍ସଆପରେ ଏକ ନୂଆ ଫିଚର ଆସିଛି । ୟୁଜରମାନଙ୍କ ଜରୁରୀ ଚାଟ୍‌ ଏବେ ଆହୁରି ସୁରକ୍ଷିତ…

24 mins ago

ମୂଲ୍ୟବାନ କାଠ ଗଣ୍ଡିକୁ ବେଆଇନ ଭାବରେ ବିକ୍ରି କରିବା ପାଇଁ ଚାଲିଛି କି ଷଡଯନ୍ତ୍ର?

ପାଟଣାଗଡ଼ (କେନ୍ୟୁଜ): ବର୍ତମାନ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ବର୍ଷକୁ ବର୍ଷ ତାପମାତ୍ରା ବଢ଼ି ବଢ଼ି ଚାଲିଛି…

28 mins ago

ରାତିସାରା ପାଣିରେ ଭିଜାଇ ଖାଆନ୍ତୁ ଏହିସବୁ ଡ୍ରାଏ ଫ୍ରୁଟସ୍, ମିଳିବ ଅନେକ ସ୍ୱାସ୍ଥ୍ୟ ଲାଭ

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ପ୍ରାୟତଃ ଖାଦ୍ୟରେ ଡ୍ରାଏ ଫ୍ରୁଟସ୍ ଅନ୍ତର୍ଭୁକ୍ତ କରିବାକୁ ପରାମର୍ଶ ଦିଅନ୍ତି । ଆପଣ ଏହା ମଧ୍ୟ ଜାଣିବା…

38 mins ago

ତୀର୍ଥଯାତ୍ରୀଙ୍କ ବସ୍‌ ଉପରେ ଆତଙ୍କୀ ଆକ୍ରମଣ: ସେନା ଏବଂ ସିଆରପିଏଫର ୧୧ଟି ଟିମ୍‌ କରୁଛି ସର୍ଚ୍ଚ ଅପରେସନ, କମାଣ୍ଡୋ ଏବଂ ଡ୍ରୋନ ନିୟୋଜିତ

ଜମ୍ମୁ-କଶ୍ମୀରରେ ତୀର୍ଥଯାତ୍ରୀଙ୍କ ବସ୍ ଉପରେ ଆତଙ୍କୀ ଆକ୍ରମଣକାରୀଙ୍କୁ ଖୋଜୁଛି ଭାରତୀୟ ସେନା । ସେନା ଏବଂ ସିଆରପିଏଫର ୧୧ଟି ଟିମ୍…

1 hour ago