ସ୍ୱଚ୍ଛ ସୁନ୍ଦର ବଲାଙ୍ଗିର ଗଠନ କରିବେ କିନ୍ନର

ବଲାଙ୍ଗୀର (କେନ୍ୟୁଜ) : କେତେବଳେ ଲୋକଙ୍କ ବିଦୃପ ତ ଆଉ କେତେବେଳେ ଲୋକଙ୍କ ଆକ୍ରୋଶ । ଆଜିର ସମାଜରେ କିଛି ଏପରି ଜୀବନ ଜିଉଁଛନ୍ତି କିନ୍ନର । ସେମାନଙ୍କର ବି ଅନ୍ୟ ମାନଙ୍କ ଭଳି ସ୍ୱାଧୀନ ଭାବରେ ବଞ୍ଚିବାର ସମ୍ପୂର୍ଣ୍ଣ ଅଧିକାର ଅଛି। ହେଲେ ଏବେବି ସମାଜରେ ଏମାନଙ୍କୁ ପୂର୍ଣ୍ଣ ଭାବେ ସ୍ୱାଧୀନତା ମିଳିପାରୁନି। ହେଲେ କିନ୍ନର ମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ପ୍ରୟାଶ ଆରମ୍ଭ କରିଛି ବଲାଙ୍ଗିର ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ । ସ୍ୱଚ୍ଛ ସବାରୀର ସାରଥି ସାଜିିଛନ୍ତି କିନ୍ନର ମାନେ । ଏମାନଙ୍କ ସାମାଜିକ ଓ ଆର୍ଥିକ ସ୍ଥିତିର ସୁଧାର ଆଣିବା ପାଇଁ ପ୍ରସ୍ତୁତ ହୋଇଛି ଯୋଜନା । ସ୍ୱଚ୍ଛ ଶବାରୀକୁ ଆଦରୀ ନେଇଛନ୍ତି କିନ୍ନର ।

transପ୍ରତିଦିନ ସକାଳୁ ସକାଳୁ ହିଁ ଆରମ୍ଭ ହୁଏ କିନ୍ନର ମାନଙ୍କର ସଫେଇ କାମ । ବ୍ୟାଟେରୀ ଚାଳିତ ସ୍ୱଚ୍ଛ ଶବାରୀ ଧରି ବାହାରୀ ପଡୁଛିନ୍ତି ଏମାନେ। ବଲାଙ୍ଗିର ସହରର ଘର ଘର ବୁଲି ପ୍ରତି ଦୁଆର ମୁହଁରୁ ଆବର୍ଜନା ସଂଗ୍ରହ କରୁଛିନ୍ତିା ତେବେ ସବୁଠୁ ଖାସ୍ କଥା ହେଉଛି ବଲାଙ୍ଗିରା ଜିଲ୍ଲା ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ କିନ୍ନର ମାନଙ୍କୁ ବ୍ୟାଟେରୀ ଚାଳିତ ଗାଡି ଯୋଗାଇ ଦିଆ ଯାଇଛିା ଏବେ ସ୍ୱଚ୍ଛ ସୁନ୍ଦର ବଲାଙ୍ଗିର ଗଠନ ହେବ ଆଉ ଏଥିପାଇଁ ପ୍ରଚେଷ୍ଟା ଚଲାଇଛନ୍ତି ବଲାଙ୍ଗିରର ଏହି କିନ୍ନର ମାନେ । ଏବେ ଏମାନଙ୍କୁ ଆଉ ପର ପାଖରେ ହାତ ପତାଇବା କୁ ପଡୁନାହିଁ କାହିଁକିନା ଏବେ ଏମାନେ ସ୍ୱାବଲମ୍ବୀ।

transgenderକିନ୍ନର ମାନଙ୍କର ସାମାଜିକ ଓ ଆର୍ଥିକ ବିକାଶ ନେଇ ଗୁରୁତ୍ୱ ଦେଇଛି ଜିଲ୍ଲା ପ୍ରଶାସନ । ପୁର୍ବରୁ କିନ୍ନର ମାନଙ୍କୁ ଭିକ୍ଷା ବୃତ୍ତି କରି କିମ୍ବା ଅନ୍ୟ ପାଖରେ ମୁଲ ଲାଗି ପେଟ ପୋଷିବାକୁ ପଡୁଥିଲା । ହେଲେ ଏବେ ଏମାନେ ସ୍ୱାଭିମାନରେ ବଞ୍ଚିବେ । ଆଉ ବଲାଙ୍ଗିର ବିକାଶରେ ସାମିଲ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.