ଗରୁଡ଼ ପୁରାଣ: ଜୀବନରେ କେବେ ବି କରନ୍ତୁ ନାହିଁ ଏହି ୪ଟି ଭୁଲ, ମୃତ୍ୟୁ ପରେ ମିଳିବ ପ୍ରେତ ଯୋନି

୧୮ ପୁରାଣ ମଧ୍ୟରୁ ଗରୁଡ଼ ପୁରାଣ ଅନ୍ୟତମ। ଏହି ଶାସ୍ତ୍ରର ଆଧାର କାଣ୍ଡରେ ନୀତିସାର ଅଧ୍ୟାୟ ରହିଛି। ଏଥିରେ ଜଣେ ବ୍ୟକ୍ତିଙ୍କ ଜୀବନରେ ଆସୁଥିବା ସମସ୍ୟା ଓ ସୁଖୀ ଜୀବନ ପାଇଁ ଆବଶ୍ୟକ ନୀତିଶିକ୍ଷା ବର୍ଣ୍ଣନା କରାଯାଇଛି। ଏହା ଏକ ଏଭଳି ଗ୍ରନ୍ଥ, ଯେଉଁଥିରେ ଜନ୍ମରୁ ଆରମ୍ଭ କରି ମୃତ୍ୟୁ ଓ ମୃତ୍ୟୁ ପରର କେତେକ ରହସ୍ୟ ସମ୍ପର୍କରେ ମଧ୍ୟ ବିସ୍ତାର ଭାବେ ବର୍ଣ୍ଣନା କରାଯାଇଛି।

ଶାସ୍ତ୍ର ଅନୁସାରେ, ଶରୀର ତ୍ୟାଗ କରିବା ପରେ ଶରୀରକୁ କର୍ମ ଅନୁସାରେ ସ୍ୱର୍ଗ କିମ୍ବା ନର୍କରେ ସ୍ଥାନ ମିଳିଥାଏ। ତା’ ପରେ ନିଜ କର୍ମର ଫଳ ଭୋଗ କରିବାକୁ ପଡ଼େ। ଏଥିସହ କର୍ମ ଅନୁସାରେ ଯୋନି ମଧ୍ୟ ସ୍ଥିର ହୋଇଥାଏ। ଏହି ଯୋନି ମଧ୍ୟରୁ ପ୍ରେତ ଯୋନିକୁ ସବୁଠୁ ଭୟାନକ ବୋଲି କୁହାଯାଏ। ଗରୁଡ଼ ପୁରାଣରେ ସେଭଳି କେତେକ କାମ ବିଷୟରେ କୁହାଯାଇଛି, ଯାହାକୁ କରିବା ଦ୍ୱାରା ପର ଜନ୍ମରେ ପ୍ରେତ ଯୋନିରେ ଜନ୍ମ ହେବାକୁ ପଡ଼ିପାରେ। ଆସନ୍ତୁ ଜାଣିବା ତାହା କ’ଣ…

  • ଶ୍ରାଦ୍ଧ କର୍ମ କରିବା ବେଳେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ବିଶେଷ ଦୃଷ୍ଟି ରଖିବା ଉଚିତ୍‌। ଏଥିସହ ବ୍ରାହ୍ମଣଙ୍କୁ ଶୁଦ୍ଧ ଓ ତାଜାଭୋଜନ ଦେବା ଉଚିତ। ନଚେତ୍‌ ପର ଜନ୍ମରେ ପ୍ରେତ ଭାବେ ଜନ୍ମ ହୋଇପାରନ୍ତି।
  • ସେହିପରି ପରର ଧନ ଚୋରି କରୁଥିବା ବ୍ୟକ୍ତି ପର ଜନ୍ମରେ ପ୍ରେତ ହୋଇପାରନ୍ତି।
  • ଲୋଭୀ ଓ ଛଳ କରୁଥିବା ବ୍ୟକ୍ତି ମୃତ୍ୟୁ ପରେ ପ୍ରେତ ଯୋନି ପାଇଥାନ୍ତି।
  • ଅନ୍ୟର କାମକୁ ଅପମାନ ଦେଉଥିବା ବ୍ୟକ୍ତି ମୃତ୍ୟୁ ପରେ ନର୍କକୁ ଯାଇଥାଏ ଓ ପ୍ରେତ ଭାବେ କାଳାତିପାତ କରେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.