କଟକ:ଚଗଲା ରାହୁଲର ବଗୁଲା ହରକତ୍, ୪୦ଫୁଟ ଟେଲିଫୋନ ଟାୱାରରେ ଚଢି ଓହ୍ଲାଇ ନପାରି ରଡ଼ି ଛାଡିଲା  

କଟକ(କେନ୍ୟୁଜ୍):  ଚଗଲିଆ ଶିଶୁର ବଗୁଲିଆ ହରକତ୍। ମାତ୍ର ୫ ବର୍ଷର ହୋଇ ୪୦ ଫୁଟ ଟାୱାର ଉପରକୁ ଚଢିଗଲା।  ଆଖିକୁ ବିଶ୍ବାସ କରିହେଉନଥିଲେ ମଧ୍ୟ ଏଭଳି ଘଟିଛି କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ବଡ଼ ପାଟସୁନ୍ଦରପୁର ଗାଁରେ ।

ଗାଁର କୈଳାସ ସେଠୀଙ୍କ ୫ବର୍ଷର ପୁଅ ରାହୁଲ ଆଜି ଅପରାହ୍ନ ସମୟରେ ନିକଟରେ ଥିବା ଜଗୁଆଳି ବିହିନ ଟେଲିଫୋନ ଟାଓ୍ବାର ଉପର ଭାଗକୁ ଚଢି ଯାଇଥିଲା। ଓହ୍ଲାଇ ନପାରି କାନ୍ଦିବା ଆରମ୍ଭ କରିଦେଲା ରାହୁଲ। ଗାଁର ଅନ୍ଯ ଜଣେ ଯୁବକ ପ୍ରଶାନ୍ତ ବେହେରା ନାମକ ଯୁବକ ଟାଓ୍ବାର ଉପରକୁ ଚଢ଼ି ଉଦ୍ଧାର କରିଥିଲେ। ଏବଂ ଟାଓ୍ବାର ଉପରେ ଦୁହେଁ ବସିରହିବା ପରେ ଅଡଶପୁର ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଟାଓ୍ବାରରୁ ଉଦ୍ଧାର କରାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ବହୁ ସଂଖ୍ୟକ ଲୋକଙ୍କ ଭିଡ଼ ଜମିଥିବା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.