ରାଜ୍ୟ

ଟ୍ରାଭେରାକୁ ପିଟିଲା ଟ୍ରକ, ଘଟଣା ସ୍ଥଳରେ ଦୁଇ ମୃତ

ପ୍ରତ୍ୟେକ ଦିନ ଦୁର୍ଘଟଣାର ଖବର ସାମ୍ନାକୁ ଆସୁଛି । ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ବି ଯାଉଛି । କିନ୍ତୁ ସତର୍କ ହେଉନାହାନ୍ତି ଲୋକେ । ଆଉ ଘଟୁଛି ଭୟଙ୍କର ଦୁର୍ଘଟଣା । ସମାନ ଭାବେ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ NH ୧୬ ଛତ୍ରଗଡ଼ ଠାରେ ଘଟିଯାଇଛି ।

ଟ୍ରାଭେରା ସହିତ ଧକା ହୋଇଥିଲା ଟ୍ରକ । ଫଳରେ ଟ୍ରାଭେରାରେ ବସିଥିବା ଦୁଇ ଜଣ ଯାତ୍ରୀଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି । ଏଭଳି ଦୁର୍ଘଟଣା ଘଟାଇବା ପରେ ଟ୍ରକ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବା ସୂଚନା ମିଳିଛି । ତେବେ ଏଭଳି ଦୁର୍ଘଟଣା ଦେଖିବା ପରେ ରାସ୍ତାରେ ଯାଉଥିବା ଲୋକ ଘଟଣାସ୍ଥଳରେ ଅଟକି ଯାଇ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ଘଟଣା ସ୍ଥଳରେ ବାଲୁଗାଁ ଅଗ୍ନିଶମ ବାହିନୀ ଓ ନାଭାଲ ଫାଣ୍ଡି ପୋଲିସ ପହଞ୍ଚି ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରି ବାଲୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୋଲିସ ଜବତ କରି ତଦନ୍ତ ଜାରି ରଖିଛି । ଟ୍ରାଭେରାରୁ କିଛି କାଗଜ ପତ୍ର ସହିତ ଟଙ୍କା ଜବତ କରିଛି ପୋଲିସ । ସୂଚନା ମୁତାବକ ଆଜି ସକାଳୁ ସକାଳୁ ବାଲୁଗାଁ NH ୧୬ ଛତ୍ରଗଡ଼ ପାଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଉଭୟ ଟ୍ରାଭେରା ଓ ଟ୍ରକ ଯାଉଥିଲେ । ଏହି ସମୟରେ ଟ୍ରାଭେରା ପଛ ପଟୁ ଗୋଟିଏ ଟ୍ରକ ପିଟି ହୋଇଯାଇଥିଲା । ଦୁର୍ଘଟଣା ଏତେ ଜୋରରେ ଘଟିଥିଲା ଯେ ଟ୍ରାଭେରା ଟି ଡିଭାଇଡରରେ ପିଟି ହୋଇ ବିପରୀତ ରାସ୍ତାରେ ଆସି ପଡିଥିଲା । ଆଉ ଘଟଣାସ୍ଥଳରେ ହିଁ ଟ୍ରାଭେରାରେ ବସିଥିବା ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଓ ହେଲପର ଫେରାର ଥିବା ବେଳେ ପୋଲିସ୍‌ ତଦନ୍ତ ଜାରି ରଖିଛି ।

ତେବେ ଏଭଳି ଦୁର୍ଘଟଣା ବାରମ୍ବାର ହେଉଛି । ତଥାପି ଲୋକମାନେ ସତର୍କ ହେଉନାହାନ୍ତି । ଦ୍ରୁତ ଗତିରେ ଗାଡ଼ି ଚଳାଇବା, ଫୋନରେ କଥା ହୋଇ ଗାଡ଼ି ଚଳାଇବା ସହ ମଦ୍ୟପାନ କରି ଗାଡ଼ି ଚଳାଇବା ଦ୍ୱାରା ଏଭଳି ଦୁର୍ଘଟଣାର ଖବର ସାମ୍ନାକୁ ଆସେ । ଯଦି ଲୋକମାନେ ନିଜେ ସତର୍କ ହୋଇ ଗାଡ଼ି ଚଳାଇବେ ତେବେ ଏଭଳି ଦୁର୍ଘଟଣାରୁ ହୁଏତ ବର୍ତ୍ତି ପାରିବେ ।

Subhalaxmi Das

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago