ରାଜ୍ୟ

ଢେଙ୍କାନାଳ ଶିକ୍ଷା ବିଭାଗ ପକ୍ଷରୁ ଜନଜାତି ସଂଗ୍ରହାଳୟ ଉଦ୍‌ଘାଟନ

ଢେଙ୍କାନାଳ: ଆମ ରାଜ୍ଯ ଓଡିଶାରେ ବସବାସ କରନ୍ତି ଅନେକ ସମ୍ପ୍ରଦାୟର ଲୋକ । ସେମାନଙ୍କ ଭିତରେ ଆଦିବାସୀ ସମ୍ପ୍ରଦାୟ ଅନ୍ଯତମ । ଏମାନଙ୍କ ଉନ୍ନତି କ୍ଷେତ୍ରରେ ସରକାର ସଦା ସର୍ବଦା ଗୁରୁତ୍ବ ଦେଇ ଆସିଛନ୍ତି । ସବୁ ସମ୍ପ୍ରଦାୟ ଅପେକ୍ଷା ଏହି ଆଦିବାସୀ ସମ୍ପ୍ରଦାୟର ପରମ୍ପରା, ଚାଲିଚଲଣି, କଥାବାର୍ତ୍ତା ଟିକେ ନିଆରା। ଯାହାକୁ ଲୋକ ଲୋଚନାକୁ ଆଣିବା ପାଇଁ ସରକାର ବିଭିନ୍ନ ସ୍ଥାନରେ ଅନେକ କାର୍ଯ୍ଯକ୍ରମର ଆୟୋଜନ କରିଥାନ୍ତି।

ତେବେ ଏହି ପରିପେକ୍ଷୀରେ ଢେଙ୍କାନାଳ ଶିକ୍ଷା ବିଭାଗ ପକ୍ଷରୁ ଅନ୍ତର୍ଜାତିକ ମାତୃଭାଷା ଦିବସ ଅବସରରେ ଜନଜାତି ଶିକ୍ଷା ସାଧନ ତଥା ଜନଜାତି ସଂଗ୍ରହାଳୟକୁ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଉଦ୍‌ଘାଟନ କରିଥିଲେ । ଆୟୋଜିତ ଏହି କାର୍ଯ୍ଯକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ଯକ୍ଷ ଯୋଗ ଦେଇ ଲାଇବ୍ରେରୀ ପ୍ରତିଷ୍ଠା ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।

ଏହି ଲାଇବ୍ରେରୀରେ ଆଦିବାସୀ ମାନଙ୍କର ଚାଲିଚଳଣି, ବାସ ସ୍ଥାନ, ନିତ୍ୟ ବ୍ୟହାର ଦ୍ରବ୍ୟ , ଶିକାର ବେଳେ ବ୍ୟବହୃତ ଅସ୍ତ୍ର ଶସ୍ତ୍ର , ଗହଣା, ଚାଷ ବାସରେ ବ୍ୟବହାର ସାମଗ୍ରୀ ରଖାଯାଇଛି । ଏହାକୁ ସର୍ବସାଧାରଣ ଏବଂ ପର୍ଯ୍ଯଟକମାନେ ସବୁ ସମୟରେ ଦେଖିବାର ସୁଯୋଗ ପାଇବେ ବୋଲି କହିଛନ୍ତି ଜିଲ୍ଲାପାଳ।

 

Sonalisa

Recent Posts

ରିଲିୟାନ୍ସ ଜିଓ ସେବା ଡାଉନ, ସୋସିଆଲ ମିଡିଆରେ ଅସନ୍ତୋଷ ପ୍ରକାଶ କଲେ ୟୁଜର୍ସ

ସମଗ୍ର ଦେଶରେ ଲୋକମାନେ ଦାବି କରୁଛନ୍ତି ଯେ ସେମାନଙ୍କର ଜିଓ ସେବା କାମ କରୁନାହିଁ । ସେମାନେ କହୁଛନ୍ତି ଯେ,…

5 mins ago

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

36 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

38 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

41 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

48 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

1 hour ago