ଢେଙ୍କାନାଳ ଶିକ୍ଷା ବିଭାଗ ପକ୍ଷରୁ ଜନଜାତି ସଂଗ୍ରହାଳୟ ଉଦ୍‌ଘାଟନ

ଢେଙ୍କାନାଳ: ଆମ ରାଜ୍ଯ ଓଡିଶାରେ ବସବାସ କରନ୍ତି ଅନେକ ସମ୍ପ୍ରଦାୟର ଲୋକ । ସେମାନଙ୍କ ଭିତରେ ଆଦିବାସୀ ସମ୍ପ୍ରଦାୟ ଅନ୍ଯତମ । ଏମାନଙ୍କ ଉନ୍ନତି କ୍ଷେତ୍ରରେ ସରକାର ସଦା ସର୍ବଦା ଗୁରୁତ୍ବ ଦେଇ ଆସିଛନ୍ତି । ସବୁ ସମ୍ପ୍ରଦାୟ ଅପେକ୍ଷା ଏହି ଆଦିବାସୀ ସମ୍ପ୍ରଦାୟର ପରମ୍ପରା, ଚାଲିଚଲଣି, କଥାବାର୍ତ୍ତା ଟିକେ ନିଆରା। ଯାହାକୁ ଲୋକ ଲୋଚନାକୁ ଆଣିବା ପାଇଁ ସରକାର ବିଭିନ୍ନ ସ୍ଥାନରେ ଅନେକ କାର୍ଯ୍ଯକ୍ରମର ଆୟୋଜନ କରିଥାନ୍ତି।

ତେବେ ଏହି ପରିପେକ୍ଷୀରେ ଢେଙ୍କାନାଳ ଶିକ୍ଷା ବିଭାଗ ପକ୍ଷରୁ ଅନ୍ତର୍ଜାତିକ ମାତୃଭାଷା ଦିବସ ଅବସରରେ ଜନଜାତି ଶିକ୍ଷା ସାଧନ ତଥା ଜନଜାତି ସଂଗ୍ରହାଳୟକୁ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଉଦ୍‌ଘାଟନ କରିଥିଲେ । ଆୟୋଜିତ ଏହି କାର୍ଯ୍ଯକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ଯକ୍ଷ ଯୋଗ ଦେଇ ଲାଇବ୍ରେରୀ ପ୍ରତିଷ୍ଠା ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।

adibasiଏହି ଲାଇବ୍ରେରୀରେ ଆଦିବାସୀ ମାନଙ୍କର ଚାଲିଚଳଣି, ବାସ ସ୍ଥାନ, ନିତ୍ୟ ବ୍ୟହାର ଦ୍ରବ୍ୟ , ଶିକାର ବେଳେ ବ୍ୟବହୃତ ଅସ୍ତ୍ର ଶସ୍ତ୍ର , ଗହଣା, ଚାଷ ବାସରେ ବ୍ୟବହାର ସାମଗ୍ରୀ ରଖାଯାଇଛି । ଏହାକୁ ସର୍ବସାଧାରଣ ଏବଂ ପର୍ଯ୍ଯଟକମାନେ ସବୁ ସମୟରେ ଦେଖିବାର ସୁଯୋଗ ପାଇବେ ବୋଲି କହିଛନ୍ତି ଜିଲ୍ଲାପାଳ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.