ରାଜ୍ୟ

ଆଜି କାର୍ତ୍ତିକମାସ ଶୁକ୍ଲପକ୍ଷ ତ୍ରୟୋଦଶୀ ତିଥି: ଶ୍ରୀମନ୍ଦିରରେ ତ୍ରିବିକ୍ରମ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ(କେନ୍ଯୁଜ୍): ଆଜି କାର୍ତ୍ତିକମାସ ଶୁକ୍ଲପକ୍ଷ ତ୍ରୟୋଦଶୀ ତିଥି। ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଡିକିଆ ବା ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଥାଏ। ଅବକାଶ ନୀତି ଶେଷ ହେବା ପରେ ଶ୍ରୀଜିଉଙ୍କ ଏହି ବେଶ ଆରମ୍ଭ ହୋଇଥାଏ। ପୁଷ୍ପାଳକ ସେବାୟତମାନେ ଏହି ବେଶ ସମ୍ପାଦନ କରିଥାନ୍ତି। ଆଡିକିଆ ବେଶରେ ଜଗନ୍ନାଥ ଓ ବଳଭଦ୍ରକଙ୍କ ମସ୍ତକରେ ଚୂଳ ଲଗାଯାଏ।

ଏହି ଚୂଳରେ ସ୍ୱର୍ଣ୍ଣ ନିର୍ମିତ କିଆ ଆଡବାଗରେ ଖୋସା ଯାଇଥାଏ। ସୁଭଦ୍ରାଙ୍କ ମସ୍ତକର ଶୀର୍ଷ ଭାଗରେ ସ୍ୱର୍ଣ୍ଣ ଚନ୍ଦ୍ରିକା ମଧ୍ୟ ଖଞ୍ଜା ଯାଇଥାଏ। ମହାପ୍ରଭୁଙ୍କ ଏହି ବେଶରେ ଘାଗଡା ମାଳି, ବରକୋଳି ମାଳି , ପଦ୍ମମାଳି, ଗିନିମାଳି ପଦକ ମାଳି ପିନ୍ଧାଯାଏ। ମହାପ୍ରଭୁଙ୍କ ଏହି ବେଶ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଲାଗିଛି।

ଅନ୍ଯପଟେ ଆଜି ବଡଓଷା ଥିବାରୁ ବଡ଼ ସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର। ତେବେ କରୋନା କଟକଣା ପାଇଁ ପୀଠରେ ୧୪୪ ଧାରା ଲାଗୁ କରିଛି ଆଠଗଡ଼ ପ୍ରଶାସନ । କେବଳ ପୂଜକ ସମିତି ପକ୍ଷରୁ ରୀତିନୀତି ଚାଲିଛି । ଭୋର ୪ ଟାରୁ ପହଡ ଖୋଲିବା ପରେ ସ୍ୱତନ୍ତ୍ର ଭାବେ ପ୍ରଥମେ ରୁଦ୍ରାଭିଶେଖ, ପଞ୍ଚାମୃତ ସ୍ନାନ, ମାଘ ସ୍ନାନ, ଅଭିଷେକ ସହ ବାବାଙ୍କୁ ବଡ଼ ସିଂହାର ବେଶରେ ସୁସଜ୍ଜିତ କରାଯାଇଥିଲା । ପରେ ମଙ୍ଗଳ ଆଳତୀ ସକାଳ ଧୂପ ଆଦି କରାଯାଇଛି । ମନ୍ଦିରକୁ ବିଭିନ୍ନ ଫୁଲରେ ସୁସଜ୍ଜିତ କରିବା ସହ ଆଲୋକ ମାଳାରେ ଆଚ୍ଛାଦିତ କରାଯାଇଛି । ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପଞ୍ଚକ ସମେତ ବଡ଼ଓଷା ଓ କାର୍ତ୍ତିକ ପୂର୍ଣ୍ଣିମାରେ ଭକ୍ତ, ଶ୍ରଦ୍ଧାଳୁ ଏବଂ ହବିଶ୍ୟାଳୀଙ୍କୁ ପୀଠକୁ ନଆସିବା ପାଇଁ ବାରଣ କରାଯାଇଛି ।

ହେଲେ ସୂଚନା ଥାଉକି, ଚଳିତବର୍ଷ ମଧ୍ୟ ଧବଳେଶ୍ୱରଙ୍କ ପୀଠରେ ମହାଦେବଙ୍କୁ ଦର୍ଶନ କରିପାରୁନାହାଁନ୍ତି ଭକ୍ତ । ଖାଁ ଖାଁ ହୋଇଛି ପୀଠ । କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ କାର୍ତ୍ତିକ ପୂର୍ଣ୍ଣିମୀ ଯାଏ ୧୪୪ ଧାରା ଜାରି କରିଛି ଆଠଗଡ଼ ପ୍ରଶାସନ । ଏହି ସମୟରେ କେବଳ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି।

Sonalisa

Recent Posts

ଗଛରେ ପିଟି ହୋଇ ହୁତୁ ହୁତୁ ହୋଇ ଜଳିଗଲା କାର, ୩ ଆହତ

କରଞ୍ଜିଆ : କରଞ୍ଜିଆରୁ ଭୁବନେଶ୍ୱର ଯାଉଥିବା ଏକ କାର ଠାକୁରମୁଣ୍ଡା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ହୁତୁ ହୁତୁ ହୋଇ ଜଳିଯାଇଛି…

16 mins ago

ପୋଖରୀକୁ ଗାଧୋଇବାକୁ ଯାଇ ଏକା ସାଙ୍ଗେ ଚାଲିଗଲେ ମା’ ଝିଅ

ଉମରକୋଟ୍‌:  ଆଜି ହେଉଛି ପହିଲି ରଜ । ଗାଁ ଠୁ ସହର ଉତ୍ସବ ମୁଖର ପରିବେଶ । ଚାରିଆଡ଼େ ପୋଡ଼…

18 mins ago

ଅମୁଲ ଏବଂ ମଦର ଡେରୀ ପରେ ବଢିଲା ପରାଗ କ୍ଷୀର ଦାମ୍‌, ଜାଣନ୍ତୁ କେତେ ଅଧିକ ଦେବାକୁ ପଡିବ

ପୁଣି ସାଧାରଣ ଲୋକଙ୍କୁ ଝଟକା । ଅମୁଲ ଏବଂ ମଦର ଡେରୀ ପରେ ବଢିଲା ପରାଗ କ୍ଷୀର ଦାମ୍‌ ।…

27 mins ago

ପହିଲି ରଜରେ ଅଘଟଣ, ମାଆ ଝିଅଙ୍କୁ ଛୁରୀରେ ଆକ୍ରମଣ

ସମ୍ବଲପୁର : ପହିଲି ରଜରେ ଅଘଟଣ । ମାଆ ଝିଅଙ୍କୁ ଛୁରୀରେ ଆକ୍ରମଣ । ସମ୍ବଲପୁର ଗୋପାଲମାଲ ଅଞ୍ଚଳରେ ଅଭାବନୀୟ…

51 mins ago

ଶୀଘ୍ର ମୋଟା ହେବ ପାଇଁ ଚାହୁଁଛନ୍ତି କି? ଡାଏଟରେ ସାମିଲ କରନ୍ତୁ ଏହି ମିଲ୍କସେକ୍

ଯଦି ଆପଣ ମଧ୍ୟ ଅଣ୍ଡରୱେଟ ଅଛନ୍ତି ତେବେ ଆପଣ ନିଶ୍ଚିତ ଭାବରେ ଏହିସବୁ ମିଲ୍କସେକ୍ ଆପଣଙ୍କ ଖାଦ୍ୟରେ ଅନ୍ତର୍ଭୁକ୍ତ କରିପାରିବେ…

1 hour ago

ଲୋକଙ୍କ ସମସ୍ୟାକୁ ବୁଝିବା ପାଇଁ କୋଅପରେଟିଭ୍‌ ହାଉସିଂ କଲୋନୀରେ ପହଁଚିଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର (କେନ୍ୟୁଜ) : ଲୋକଙ୍କ ସମସ୍ୟା କଥା ବୁଝିବାକୁ ପହଁଚିଲେ ସାଧାରଣ ଜନତାଙ୍କ ପାଖରେ, ପହଁଚିଲେ ଭୁବନେଶ୍ୱର ସାଂସଦ ଅପରାଜିତା…

2 hours ago