Categories: ରାଜ୍ୟ

ସୁନ୍ଦରୀର ଶିକାର ଜାରି, ଟ୍ରାଙ୍କୁଲାଇଜ୍‌ କରାଯିବାକୁ ପ୍ରକ୍ରିୟା ଆରମ୍ଭ

ଅନୁଗୁଳ(କେନ୍ଯୁଜ୍) : ପୁଣି ଶୀକାର କଲା ସୁନ୍ଦରୀ। କୁମୁରିରେ ଗୋଟିଏ ବଳଦକୁ ଆକ୍ରମଣ କରିଛି ସୁନ୍ଦରୀ। ଟାଇଁସି ଗାଁ ନିକଟ କୁମୁରିରୁ ବଳଦର ମୃତଦେହ ଠାବ ହୋଇଛି। ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି। ଆଇନଶୃଙ୍ଖଳା ଦୃଷ୍ଟିରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେପଟେ ବାଘୁଣୀକୁ ଧରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ଏକ ବିଶେଷଜ୍ଞ ଟିମ୍‌ ଯାଇ ସାତକୋଶିଆରେ ପହଞ୍ଚିଛନ୍ତି । ବାଘୁଣୀକୁ ଟ୍ରାଙ୍କୁଲାଇଜ୍‌ କରାଯିବ ।

ଗତକାଲି ବାଘୁଣୀ ଟାଇଁସି ଗାଁରେ ଜଣଙ୍କୁ ମାରି ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ତାତିଥିଲେ ସ୍ଥାନୀୟ ଲୋକ । ମୃତଦେହ ରଖି ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । କ୍ଷତିପୂରଣ ଓ ସୁରକ୍ଷା ଦାବିରେ ମୁଣ୍ଡସାହି ଛକରେ ରାସ୍ତାରୋକ କରିଥିଲେ ଆନ୍ଦୋଳନକାରୀ । ଏତିକିବେଳେ ମୁହାଁମୁହିଁ ହୋଇଥିଲେ ପୋଲିସ-ଜନତା । ୨ଟି ପୋଲିସ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ ଆନ୍ଦୋଳନକାରୀ। ଜିଲ୍ଲାପାଳ କହିଛନ୍ତି ଆନ୍ଦୋଳନକାରୀଙ୍କ ବିରୋଧରେ ପଦକ୍ଷେପ ନିଆଯିବ।

ସେପଟେ ବାଘୁଣୀ ‘ସୁନ୍ଦରୀ’କୁ ନେଇ ଉତ୍ତେଜନା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସିଏଫ୍ ଓ୍ୱାଇଲ୍ଡ ଲାଇଫ୍‌ ସନ୍ଦୀପ ତ୍ରିପାଠୀ । କହିଛନ୍ତି ପରିସ୍ଥିତି ସ୍ୱାଭାବିକ ହେଲେ ଟ୍ରାଙ୍କୁଲାଇଜ କରାଯିବ । ଏବେ ଗାଁରେ ଉତ୍ତେଜନା ଲାଗିରହିଥିବାରୁ ଟ୍ରାଙ୍କୁଲାଇଜ୍‌ ଟିମ୍‌ ଅଭୟାରଣ୍ୟ ଭିତରକୁ ଯାଇପାରୁନାହିଁ। ଟ୍ରାଙ୍କୁଲାଇଜ ପରେ ବାଘୁଣୀକୁ ଏନକ୍ଲୋଜରକୁ ନିଆଯିବ । ‘ସୁନ୍ଦରୀ’କୁ ରାଇଗୁଡ଼ା ଏନକ୍ଲୋଜରରେ ରଖାଯିବ । ସାଟେଲାଇଟ୍‌ ମାଧ୍ୟମରେ ଏବେ ତାର ଗତିବିଧି ଉପରେ ନଜର ରଖାଯାଇଛି। ଅନୁଗୁଳରେ ଏବେ ଟ୍ରାଙ୍କୁଲାଇଜ୍‌ ଟିମ୍‌ ଅଛି । ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ଟିମ୍‌ ପ୍ରସ୍ତୁତ ରହିଛି । ଏଥିପାଇଁ ‘ସହଯୋଗ କରିବାକୁ ଗାଁ ଲୋକଙ୍କୁ ଅନୁରୋଧ କରାଯାଇଛି ।

 

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago