Below header

ସୁନ୍ଦରୀର ଶିକାର ଜାରି, ଟ୍ରାଙ୍କୁଲାଇଜ୍‌ କରାଯିବାକୁ ପ୍ରକ୍ରିୟା ଆରମ୍ଭ

ଅନୁଗୁଳ(କେନ୍ଯୁଜ୍) : ପୁଣି ଶୀକାର କଲା ସୁନ୍ଦରୀ। କୁମୁରିରେ ଗୋଟିଏ ବଳଦକୁ ଆକ୍ରମଣ କରିଛି ସୁନ୍ଦରୀ। ଟାଇଁସି ଗାଁ ନିକଟ କୁମୁରିରୁ ବଳଦର ମୃତଦେହ ଠାବ ହୋଇଛି। ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖାଦେଇଛି। ଆଇନଶୃଙ୍ଖଳା ଦୃଷ୍ଟିରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେପଟେ ବାଘୁଣୀକୁ ଧରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଭୁବନେଶ୍ୱରରୁ ଏକ ବିଶେଷଜ୍ଞ ଟିମ୍‌ ଯାଇ ସାତକୋଶିଆରେ ପହଞ୍ଚିଛନ୍ତି । ବାଘୁଣୀକୁ ଟ୍ରାଙ୍କୁଲାଇଜ୍‌ କରାଯିବ ।

triger4ଗତକାଲି ବାଘୁଣୀ ଟାଇଁସି ଗାଁରେ ଜଣଙ୍କୁ ମାରି ଦେଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ତାତିଥିଲେ ସ୍ଥାନୀୟ ଲୋକ । ମୃତଦେହ ରଖି ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ । କ୍ଷତିପୂରଣ ଓ ସୁରକ୍ଷା ଦାବିରେ ମୁଣ୍ଡସାହି ଛକରେ ରାସ୍ତାରୋକ କରିଥିଲେ ଆନ୍ଦୋଳନକାରୀ । ଏତିକିବେଳେ ମୁହାଁମୁହିଁ ହୋଇଥିଲେ ପୋଲିସ-ଜନତା । ୨ଟି ପୋଲିସ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ ଆନ୍ଦୋଳନକାରୀ। ଜିଲ୍ଲାପାଳ କହିଛନ୍ତି ଆନ୍ଦୋଳନକାରୀଙ୍କ ବିରୋଧରେ ପଦକ୍ଷେପ ନିଆଯିବ।

tigerସେପଟେ ବାଘୁଣୀ ‘ସୁନ୍ଦରୀ’କୁ ନେଇ ଉତ୍ତେଜନା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସିଏଫ୍ ଓ୍ୱାଇଲ୍ଡ ଲାଇଫ୍‌ ସନ୍ଦୀପ ତ୍ରିପାଠୀ । କହିଛନ୍ତି ପରିସ୍ଥିତି ସ୍ୱାଭାବିକ ହେଲେ ଟ୍ରାଙ୍କୁଲାଇଜ କରାଯିବ । ଏବେ ଗାଁରେ ଉତ୍ତେଜନା ଲାଗିରହିଥିବାରୁ ଟ୍ରାଙ୍କୁଲାଇଜ୍‌ ଟିମ୍‌ ଅଭୟାରଣ୍ୟ ଭିତରକୁ ଯାଇପାରୁନାହିଁ। ଟ୍ରାଙ୍କୁଲାଇଜ ପରେ ବାଘୁଣୀକୁ ଏନକ୍ଲୋଜରକୁ ନିଆଯିବ । ‘ସୁନ୍ଦରୀ’କୁ ରାଇଗୁଡ଼ା ଏନକ୍ଲୋଜରରେ ରଖାଯିବ । ସାଟେଲାଇଟ୍‌ ମାଧ୍ୟମରେ ଏବେ ତାର ଗତିବିଧି ଉପରେ ନଜର ରଖାଯାଇଛି। ଅନୁଗୁଳରେ ଏବେ ଟ୍ରାଙ୍କୁଲାଇଜ୍‌ ଟିମ୍‌ ଅଛି । ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ଟିମ୍‌ ପ୍ରସ୍ତୁତ ରହିଛି । ଏଥିପାଇଁ ‘ସହଯୋଗ କରିବାକୁ ଗାଁ ଲୋକଙ୍କୁ ଅନୁରୋଧ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.