ରାଜ୍ୟ

ମୋହନା : ଗୋଟିଏ ନମ୍ବରରେ ଦୁଇଟି ଅଟୋ

ମୋହନା(କେନ୍ୟୁଜ୍‌) : ଗୋଟିଏ ନମ୍ବର ରେ ଚାଲୁଛି ଦୁଇଟି ଗାଡି, ଏଭଳି ଚିତ୍ର ଦେଖିବା ପାଇଁ ମିଳିଛି ଗଜପତି ଜ଼ିଲ୍ଲା ମୋହନା ଥାନା ଅନ୍ତର୍ଗତ ପି. ଗୋବିନ୍ଦପୁର ଗ୍ରାମରେ । ସୂଚନା ଅନୁଯାୟୀ, ଆଜି ମୋହନା ପୋଲିସ ବିଶ୍ୱସ୍ତ ସୂତ୍ର ରୁ ଖବର ପାଇ କମଳାପୁର ନାକା ଗେଟରେ ଯାନବାହନ ଯାଞ୍ଚ କଲାବେଳେ ଗଞ୍ଜାମ ଜ଼ିଲ୍ଲା ପଟରୁ ଆସୁଥିବା ଏକ ଅଟୋ ନଂ OD 07 AB 3368 କୁ ଅଟକାଇଥିଲା । ତେଵେ ସମାନ ନମ୍ବରର ଆଉ ଏକ ଅଟୋ ମଧ୍ୟ ପି. ଗୋବିନ୍ଦପୁର ଗ୍ରାମର ଅରୁଣନିଧି ବେହେରାଙ୍କ ରହିଥିବା ଜଣାପଡିଛି ।

ବର୍ତ୍ତମାନ ଟ୍ରାଫିକ୍ ନିୟମ କଡାକଡି ହୋଇଥିବା ବେଳେ ଏଭଳି ବ୍ୟତିକ୍ରମ ଜ଼ିଲ୍ଲା ପରିବହନ ବିଭାଗ ର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅନ୍ୟପଟେ ଜ଼ିଲ୍ଲାର ମୋହନା ଅଞ୍ଚଳ ଗଞ୍ଜେଇ ମାଫିଆଙ୍କ ଭୂସ୍ୱର୍ଗ ହୋଇଥିବାବେଳେ ପ୍ରାୟ ପ୍ରତିଦିନ ଏଠାରେ ଗଞ୍ଜେଇ ଜବତ ହେବା ସହ ଚୋରାମଦ କାରବାର ଚାଲୁଥିବାର ଅଭିଯୋଗ ହେଉଛି । ତେଵେ ଦୁଇ ନମ୍ବର କାରବାରରେ ପୋଲିସ କୁ ଚକମା ଦେବାପାଇଁ ଏଭଳି କାର୍ଯ୍ୟ କରାଯାଇଥାଇପରେ ବୋଲି ଚର୍ଚ୍ଚା ଜୋର ଧରିଛି ।

ଏନେଇ ଗଜପତି ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀଙ୍କ ସହ ଯୋଗାଯୋଗ କରିବାରୁ, ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି । ଯଦି ଘଟଣାରେ ସତ୍ୟତା ଥାଏ ତେଵେ ଦୋଷୀ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

 

 

 

Niharanjan

Recent Posts

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

4 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

4 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

22 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

22 mins ago

ପୁଣି ଲୋକସଭା ବାଚସ୍ପତି ହେଲେ ଓମ୍‌ ବିର୍ଲା, ବାଚ୍‌ନିକ ଭୋଟରେ ହେଲେ ବିଜୟୀ

ପୁଣି ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହେଲେ ଓମ୍‌ ବିର୍ଲା । ବାଚ୍‌ନିକ ଭୋଟରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା…

26 mins ago

ଆମେରିକା : ଲାସ୍‌ ଭେଗାସ ଆପାର୍ଟମେଣ୍ଟରେ ଗୁଳିମାଡ଼, ୫ ମୃତ

ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…

49 mins ago