Categories: ରାଜ୍ୟ

ଅଲୋଡା ଶିଶୁଙ୍କୁ ନିଜର କଲେ ନିଃସନ୍ତାନ ଦମ୍ପତି

ଗଜପତି(କେନ୍ୟୁଜ୍) : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଡିଆରଡିଏ ସମ୍ମିଳନୀ କକ୍ଷ ଯେଉଁ ଠାରେ ଜମା ହୋଇଥାନ୍ତି ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ରାଜ୍ୟର ନିଃସନ୍ତାନ ଦମ୍ପତି । ଏହି ଅବସରରେ ଆଜି ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠାରେ ଉପସ୍ଥିତ ରହି ଉଭୟ ଦମ୍ପତି ଆବେଦନ କରିଥିବା ସନ୍ତାନକୁ କୋଳକୁ ଦେଇଛନ୍ତି । ଉଭୟ ଶିଶୁ ମଧ୍ୟରୁ ଶିଶୁ କନ୍ୟା ଜଣକ ଛଅମାସରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ଅନ୍ୟ ଜଣେ ଶିଶୁ ପୁତ୍ର ଦୁଇବର୍ଷରୁ କମ ବୟସର । ଆନ୍ଧ୍ରପ୍ରଦେଶର ଶ୍ରୀନିବାସ ରାଓ ପୋଷ୍ୟ ଗ୍ରହଣ କରିବା ପାଇଁ ୨୦୧୫ମସିହା ଡିସେମ୍ବର ମାସରେ କାରା ଡଟ ଏନଆଇସି ଡଟ ଇନ ଅନଲାଇ ୱେସାଇଟରେ ପଞ୍ଜୀକରଣ କରାଇଥିଲେ ପରେ ତାଙ୍କୁ ଆଜି ଶିଶୁ ପୁତ୍ର ଟିଏ ମିଳିଛି । ଶ୍ରୀ ରାଓ କହିଛନ୍ତି ତାଙ୍କର ଗୋଟେ ଝିଅ ଥିଲା ସେ କ୍ଯାନସର ରୋଗରେ ମୃତ୍ୟୁ ବରଣ କରିଥିଲା । ଏହାପରେ ସେ ପୋଷ୍ୟ ଗ୍ରହଣ କରିବାକୁ ମନସ୍ତ କରିଥିଲେ ଏବଂ ଆଜି ଶିଶୁପୁତ୍ରକୁ ପାଇ ବେସ ଖୁସି ହେବା ସହ ଶିଶୁପୁତ୍ରକୁ ରୋହନ ବୋଲି ନାମ ଦେବା ସହ ସେ ବୃତ୍ତିରେ ପୋଲିସ ହୋଇଥିଲେ ମଧ୍ୟ ରୋହନକୁ ଡାକ୍ତର କରିବେ ବୋଲି ନିଶ୍ଚିତ କରିଛନ୍ତି । ତେବେ ରୋହନକୁ ଚଳିତ ବର୍ଷ ଜୁନ ମାସରେ ଶିଶୁ କଲ୍ୟାଣ ସମିତି ଉଦ୍ଧାର କରି ଜିଲ୍ଲା ସ୍ୱତନ୍ତ୍ର ପୋଷ୍ୟ ଗୃହରେ ରଖିଥିଲା ।

ସେହିପରେ ପଶ୍ଚିମବଙ୍ଗର ଅମିତ ଚକ୍ରବତ୍ତି ଜାନୁଆରୀ ୨୦୧୬ରେ କାରାରେ ଆବେଦନ କରିଥିଲେ ସନ୍ତାନ ପାଇଁ ଗତ କିଛି ଦିନ ପୂର୍ବେ କାରାରୁ ମେଲ ମିଳିବା ପରେ ସେ ଆଜି ଶିଶୁ କନ୍ୟାଟିକୁ ଜିଲ୍ଲାପ୍ରସାଶନର ଉପସ୍ଥିତିରେ କୋଳକୁ ନେଇଛନ୍ତି । ଏବଂ କହିଛନ୍ତି ଏହି ଶିଶୁ କନ୍ୟା ତାଙ୍କ ପାଇଁ ଭଗବାନ ସାଦୃଶ୍ୟ । ଅନେକ ଆରାଧନା କରି ସେ ଏହି ଝିଅକୁ ପାଇ ଥିବାରୁ ଝିଅଟିର ନା ଆରାଧନା ରଖିଛନ୍ତି । ଭବିଷ୍ୟତରେ ସେ ଜାହା ଚାହିଁବ ହେବ ବୋଲି କହିଛନ୍ତି ଏବଂ ବେଶ ଖୁସି ଅଛନ୍ତି । ତେବେ ଆରାଧନାକୁ ଚଳିତ ବର୍ଷ ଅଗଷ୍ଟ ମାସରେ ଶିଶୁ କଲ୍ୟାଣ କମିଟି ଉଦ୍ଧାର କରି ସ୍ୱତନ୍ତ୍ର ପୋଷ୍ୟ ଗୃହରେ ରଖିଥିଲା । ସେପଟେ ବହୁ ଦିନଧରି ଳାଲନପାଳନ କରିଥିବା ସେବିକା ମାନଙ୍କ ଆଖିରୁ ଲୁହ ଝରିବା ସହ ପିଲାମାନେ ନୂଆଁ ବାପା ମାଁ ପାଇବାରୁ ଖୁସି ହେବାସହ ଏବଂ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଅନ୍ଯପଟେ ପୂର୍ବରୁ ଜିଲ୍ଲାରେ ଏପରି ଅନାଥ, ଅଲୋଡା, ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର ହେଉଥିବା ଶିଶୁଙ୍କୁ କନ୍ଧମାଳ ଓ ନୟାଗଡ ପଠାଯାଉଥିଲା କିନ୍ତୁ ବର୍ତ୍ତମାନ ଗଜପତି ଜିଲ୍ଲାରେ ସ୍ୱତନ୍ତ୍ର ପୋଷ୍ୟ ଗୃହରେ ରଖାଯାଇ ସରକାରୀ ନିୟମ ଅନୁସାରେ ଶିଶୁ ମାନଙ୍କୁ ପୋଷ୍ୟରେ ଦିଆଯାଉଛି ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

5 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago