ଅଲୋଡା ଶିଶୁଙ୍କୁ ନିଜର କଲେ ନିଃସନ୍ତାନ ଦମ୍ପତି

ଗଜପତି(କେନ୍ୟୁଜ୍) : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଡିଆରଡିଏ ସମ୍ମିଳନୀ କକ୍ଷ ଯେଉଁ ଠାରେ ଜମା ହୋଇଥାନ୍ତି ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ରାଜ୍ୟର ନିଃସନ୍ତାନ ଦମ୍ପତି । ଏହି ଅବସରରେ ଆଜି ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠାରେ ଉପସ୍ଥିତ ରହି ଉଭୟ ଦମ୍ପତି ଆବେଦନ କରିଥିବା ସନ୍ତାନକୁ କୋଳକୁ ଦେଇଛନ୍ତି । ଉଭୟ ଶିଶୁ ମଧ୍ୟରୁ ଶିଶୁ କନ୍ୟା ଜଣକ ଛଅମାସରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ଅନ୍ୟ ଜଣେ ଶିଶୁ ପୁତ୍ର ଦୁଇବର୍ଷରୁ କମ ବୟସର । ଆନ୍ଧ୍ରପ୍ରଦେଶର ଶ୍ରୀନିବାସ ରାଓ ପୋଷ୍ୟ ଗ୍ରହଣ କରିବା ପାଇଁ ୨୦୧୫ମସିହା ଡିସେମ୍ବର ମାସରେ କାରା ଡଟ ଏନଆଇସି ଡଟ ଇନ ଅନଲାଇ ୱେସାଇଟରେ ପଞ୍ଜୀକରଣ କରାଇଥିଲେ ପରେ ତାଙ୍କୁ ଆଜି ଶିଶୁ ପୁତ୍ର ଟିଏ ମିଳିଛି । ଶ୍ରୀ ରାଓ କହିଛନ୍ତି ତାଙ୍କର ଗୋଟେ ଝିଅ ଥିଲା ସେ କ୍ଯାନସର ରୋଗରେ ମୃତ୍ୟୁ ବରଣ କରିଥିଲା । ଏହାପରେ ସେ ପୋଷ୍ୟ ଗ୍ରହଣ କରିବାକୁ ମନସ୍ତ କରିଥିଲେ ଏବଂ ଆଜି ଶିଶୁପୁତ୍ରକୁ ପାଇ ବେସ ଖୁସି ହେବା ସହ ଶିଶୁପୁତ୍ରକୁ ରୋହନ ବୋଲି ନାମ ଦେବା ସହ ସେ ବୃତ୍ତିରେ ପୋଲିସ ହୋଇଥିଲେ ମଧ୍ୟ ରୋହନକୁ ଡାକ୍ତର କରିବେ ବୋଲି ନିଶ୍ଚିତ କରିଛନ୍ତି । ତେବେ ରୋହନକୁ ଚଳିତ ବର୍ଷ ଜୁନ ମାସରେ ଶିଶୁ କଲ୍ୟାଣ ସମିତି ଉଦ୍ଧାର କରି ଜିଲ୍ଲା ସ୍ୱତନ୍ତ୍ର ପୋଷ୍ୟ ଗୃହରେ ରଖିଥିଲା ।

photo_2018-12-06_10-48-45ସେହିପରେ ପଶ୍ଚିମବଙ୍ଗର ଅମିତ ଚକ୍ରବତ୍ତି ଜାନୁଆରୀ ୨୦୧୬ରେ କାରାରେ ଆବେଦନ କରିଥିଲେ ସନ୍ତାନ ପାଇଁ ଗତ କିଛି ଦିନ ପୂର୍ବେ କାରାରୁ ମେଲ ମିଳିବା ପରେ ସେ ଆଜି ଶିଶୁ କନ୍ୟାଟିକୁ ଜିଲ୍ଲାପ୍ରସାଶନର ଉପସ୍ଥିତିରେ କୋଳକୁ ନେଇଛନ୍ତି । ଏବଂ କହିଛନ୍ତି ଏହି ଶିଶୁ କନ୍ୟା ତାଙ୍କ ପାଇଁ ଭଗବାନ ସାଦୃଶ୍ୟ । ଅନେକ ଆରାଧନା କରି ସେ ଏହି ଝିଅକୁ ପାଇ ଥିବାରୁ ଝିଅଟିର ନା ଆରାଧନା ରଖିଛନ୍ତି । ଭବିଷ୍ୟତରେ ସେ ଜାହା ଚାହିଁବ ହେବ ବୋଲି କହିଛନ୍ତି ଏବଂ ବେଶ ଖୁସି ଅଛନ୍ତି । ତେବେ ଆରାଧନାକୁ ଚଳିତ ବର୍ଷ ଅଗଷ୍ଟ ମାସରେ ଶିଶୁ କଲ୍ୟାଣ କମିଟି ଉଦ୍ଧାର କରି ସ୍ୱତନ୍ତ୍ର ପୋଷ୍ୟ ଗୃହରେ ରଖିଥିଲା । ସେପଟେ ବହୁ ଦିନଧରି ଳାଲନପାଳନ କରିଥିବା ସେବିକା ମାନଙ୍କ ଆଖିରୁ ଲୁହ ଝରିବା ସହ ପିଲାମାନେ ନୂଆଁ ବାପା ମାଁ ପାଇବାରୁ ଖୁସି ହେବାସହ ଏବଂ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ଅନ୍ଯପଟେ ପୂର୍ବରୁ ଜିଲ୍ଲାରେ ଏପରି ଅନାଥ, ଅଲୋଡା, ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର ହେଉଥିବା ଶିଶୁଙ୍କୁ କନ୍ଧମାଳ ଓ ନୟାଗଡ ପଠାଯାଉଥିଲା କିନ୍ତୁ ବର୍ତ୍ତମାନ ଗଜପତି ଜିଲ୍ଲାରେ ସ୍ୱତନ୍ତ୍ର ପୋଷ୍ୟ ଗୃହରେ ରଖାଯାଇ ସରକାରୀ ନିୟମ ଅନୁସାରେ ଶିଶୁ ମାନଙ୍କୁ ପୋଷ୍ୟରେ ଦିଆଯାଉଛି ।

Leave A Reply

Your email address will not be published.