Below header

ବିଜେପୁରରେ ଚାଞ୍ଚଲ୍ୟ : ଘରେ ପଶି ଭୁଜାଲିରେ ହାଣିିଲେ ୪ମୁଖା ପିନ୍ଧା ଦୁର୍ବୃତ୍ତ, ଜଣେ ଓ ମୃତ ୩ ଗୁରୁତର

ବରଗଡ଼(କେନ୍ୟୁଜ୍): ଘରେ ପଶି ଗୋଟିଏ ପରିବାର ଉପରକୁ ମରଣାନ୍ତକ ଆକ୍ରମଣ। ଭୁଜାଲିରେ ହାଣି ୪ ମୁଖାପିନ୍ଧା ଦୁର୍ବୃତ୍ତ ଫେରାର। ବରଗଡ଼ ବିଜେପୁର ଥାନା ବରକପାଲି ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି। ୩ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ରାତିରେ ଦୁର୍ବୃତ୍ତମାନେ ଘରେ ଫସି କ୍ଷୀରୋଦ୍ର ମେହେରଙ୍କ ପରିବାର ଉପରକୁ ଆକ୍ରମଣ କରିଥିଲେ। ଫଳରେ ଘଟଣା ସ୍ଥଳରେ କ୍ଷୀରୋଦ୍ରଙ୍କ ସ୍ତ୍ରୀ ଜୟଶ୍ରୀ ମେହେରଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର କ୍ଷୀରୋଦ୍ର ଓ ତାଙ୍କ ୨ ପୁଅକୁ ବିଜେପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣ ପରେ ବାଇକ୍‌ ଛାଡି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଆକ୍ରମଣର କାରଣ ଜଣାପଡିନଥିବା ବେଳେ ପୋଲିସ ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.