IT ଫାଇଲ କରିବା ହେବ ସହଜ, ଆୟକର ବିଭାଗ ଦେବ ପୂର୍ବରୁ ଭର୍ତ୍ତି ଥିବା ଫର୍ମ 

ନୂଆଦିଲ୍ଳୀ : Central Board of Direct Taxes (ସିବିଡ଼ିଟି)ର ଚେୟାରମ୍ୟାନ୍ ସୁଶିଲ ଚନ୍ଦ୍ରା ଏବେ ଆୟକର ଦେଉଥିବା ଗ୍ରାହକଙ୍କ ପାଇଁ ଆଣିଛନ୍ତି ଖୁସି ଖବର। ଏବେ ଗ୍ରାହକଙ୍କୁ ପୂର୍ବ ଅପେକ୍ଷା ଖାଲି ବଦଳରେ ଭର୍ତ୍ତି ହୋଇଥିବା ଫର୍ମ ମିଳିବ। ଯାହା ଦ୍ବାରା ରିଟର୍ନ ଫର୍ମ ଭରିବା ପ୍ରକ୍ରିୟା ସୁବିଧା ଜନକ ହେବ।

କର ବିଭାବ ପ୍ରଥମରୁ ଭର୍ତ୍ତି ରହିଥିବା (ଆଇଟିଆର) ଫର୍ମ ଉପରେ କାମ କରୁଛି। ଏହି ପ୍ରଣାଳୀ କୌଣସି ଅନ୍ୟ ସଂସ୍ଥା ତରଫରୁ କରାଯାଇଥିବା ଟ୍ୟାକ୍ସ ବା କରକୁ କାଟିବା (ଟିଡ଼ିଏସ) ପ୍ରଣାଳୀ ଉପରେ ଆଧାରିତ।

tax

ଚ୍ୟାୟାରମ୍ୟାନ୍ ଚନ୍ଦ୍ରା କହିଛନ୍ତି, ଗ୍ରାହକଙ୍କୁ ପ୍ରଥମର ପରିପୂର୍ଣ୍ଣ ଭାବେ ଭର୍ତ୍ତି ହୋଇଥିବା ଫର୍ମ ମିଳିବ। ତାହା ପାଇଁ ବର୍ତ୍ତମାନ କାମ କରାଯାଉଛି। କାରଣ ଆପଣଙ୍କର ଡ଼ିଟିଏସ ଆମ ପାଖରେ ରହୁଛି। ଏଣୁ ଏହି କାର‌୍ୟ୍ୟକୁ ଅଗ୍ରଗତି କରିବାକୁ ଚେଷ୍ଠା କରୁଛୁ। ଏହାଛଡ଼ା ସେ କହିଛନ୍ତି , ଆମେ ଏହାକୁ (ରିଟର୍ଣ୍ଣ ଫର୍ମକୁ ପ୍ରୋସେସ୍ କରିବା କାମ) ବହୁତ ଶୀଘ୍ର କାମ କରିବାକୁ ଚାହୁଁଛୁ। ତେବେ ଏହି ପ୍ରଣାଳୀରେ ଏବେ କାମ ଚାଲୁଥିବା ବେଳେ ଏଥିପାଇଁ ବର୍ଷେ ସମୟ ଲାଗିବ ବୋଲି କୁହାଯାଉଛି। ତେବେ ଏନେଇ ଗ୍ରାହକଙ୍କ ରାୟର ମଧ୍ୟ ଚାହିଁଛନ୍ତି ସିବିଡ଼ିଟି ଚ୍ୟାୟାରମ୍ୟାନ୍।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.