ବ୍ରହ୍ମପୁରରେ ୫୬ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ

ବ୍ରହ୍ମପୁର(କେନ୍ୟୁଜ୍) : ବ୍ରହ୍ମପୁର ଠାରେ 56ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଆମ୍ବପୁଆ ପୋଲିସ ରିଜର୍ଭ ପଡିଆରେ ଆୟୋଜିତ ଉତ୍ସବରେ ଦକ୍ଷିଣାଞ୍ଚଳ ଡିଆଇଜି ଆଶିଷ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଠାରେ ଆୟୋଜିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଶେଷରେ ନିଷ୍ଠାର ସହ ଦାୟିତ୍ୱ ସଂପାଦନ କରିଥିବା ୩ଜଣ ଗୃହରକ୍ଷୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ଏହି ଉତ୍ସବରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.