Categories: ରାଜ୍ୟ

ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ, ଝୁରୁଛି ତାଙ୍କ ଗାଁ ଦାଣ୍ଡ

ଭୁବନେଶ୍ବର (କେନ୍ୟୁଜ୍) : ଆତଙ୍କବାଦୀ ଆକ୍ରମଣରେ ସହିଦ ଜଗତସିଂହପୁର ଜିଲ୍ଲା ଶିଖର ଗାଁର ପ୍ରସନ୍ନ କୁମାର ସାହୁଙ୍କ ପରିବାରରେ ଶୋକାକୁଳ ପରିବେଶ। ପୂରା ଗାଁ ଅପେକ୍ଷା କରିଛି ବୀର ପୁତ୍ରକୁ। ପ୍ରସନ୍ନଙ୍କୁ ଝୁରୁଛି ଶିଖର ଗାଁ। ଗତକାଲି ତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ଆଜି ତାଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର‌୍ୟ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ।

 ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ୍ ପ୍ରସନ୍ନ କୁମାର ସାହୁ ପୂର୍ବରୁ ରାୟଗଡ଼ାର ୪ର୍ଥ ସିଆରପିଏଫ ବାଟାଲିୟନରେ କାର‌୍ୟ୍ୟ କରିଥିଲେ। ୪ବର୍ଷ ଧରି ଏଠାରେ କାର‌୍ୟ୍ୟରତ ଥିବା ପ୍ରସନ୍ନଙ୍କର ୨ମାସ ତଳେ ଜାମ୍ମୁ କାଶ୍ମୀରକୁ ବଦଳି ହୋଇଥିଲା। ଗଲାବେଳେ ସାଥୀ ଯବାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଛୁଟିରେ ଆସିଲେ ନିଶ୍ଚୟ ଦେଖା ହେବ। ତାଙ୍କର ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରିନାହାନ୍ତି ରାୟଗଡ଼ା ୪ର୍ଥ ବାଟାଲିୟନର ଯବାନମାନେ । ସାଥୀ ଯବାନଙ୍କ ସ୍ମୃତିରେ ୨ମିନିଟ ନିରବ ପ୍ରାର୍ଥନା କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇ ୧୨ଶହ ଯବାନ ଖାଦ୍ୟ ତ୍ୟାଗ କରିଛନ୍ତି। ଏ ସଂପର୍କରେ ଆଲୋଚନା କରିଛନ୍ତି ଆମ ରାୟଗଡା ବ୍ୟୁରୋ ହେଡ୍ ଅମୂଲ୍ୟ ରତ୍ନ ସାହୁ।

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ନିଆଳି ରତନପୁର ଗାଁର ମନୋଜ କୁମାର ସହିଦ ହୋଇଛନ୍ତି । ବାପା-ମାଆଙ୍କର ଏକମାତ୍ର ସନ୍ତାନ ଥିଲେ ମନୋଜ। ଦେଢମାସ ଛୁଟି କାଟିବା ପରେ ଗତ ୬ ତାରିଖରେ ଚାକିରିରେ ଯୋଗ ଦେଇଥିଲେ । ଜମ୍ମୁରୁ କଶ୍ମୀର ଯାଉଥିବା ବେଳେ ସେ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲେ। ଗତକାଲି ମନ୍ତ୍ରୀ ପ୍ରତାପ ଜେନା ଓ ଚନ୍ଦ୍ରସାରଥୀ ବେହେରା ମନୋଜ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ବୀର ପୁତ୍ରକୁ ହରାଇ ପରିବାର ଓ ଗାଁ ଲୋକେ ଭାଙ୍ଗି ପଡ଼ିଛନ୍ତି ।

KNews Bureau

Recent Posts

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

28 seconds ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

6 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

20 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

9 hours ago