ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ, ଝୁରୁଛି ତାଙ୍କ ଗାଁ ଦାଣ୍ଡ

ଭୁବନେଶ୍ବର (କେନ୍ୟୁଜ୍) : ଆତଙ୍କବାଦୀ ଆକ୍ରମଣରେ ସହିଦ ଜଗତସିଂହପୁର ଜିଲ୍ଲା ଶିଖର ଗାଁର ପ୍ରସନ୍ନ କୁମାର ସାହୁଙ୍କ ପରିବାରରେ ଶୋକାକୁଳ ପରିବେଶ। ପୂରା ଗାଁ ଅପେକ୍ଷା କରିଛି ବୀର ପୁତ୍ରକୁ। ପ୍ରସନ୍ନଙ୍କୁ ଝୁରୁଛି ଶିଖର ଗାଁ। ଗତକାଲି ତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା। ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ଆଜି ତାଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର‌୍ୟ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହେବ।

attack ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ୍ ପ୍ରସନ୍ନ କୁମାର ସାହୁ ପୂର୍ବରୁ ରାୟଗଡ଼ାର ୪ର୍ଥ ସିଆରପିଏଫ ବାଟାଲିୟନରେ କାର‌୍ୟ୍ୟ କରିଥିଲେ। ୪ବର୍ଷ ଧରି ଏଠାରେ କାର‌୍ୟ୍ୟରତ ଥିବା ପ୍ରସନ୍ନଙ୍କର ୨ମାସ ତଳେ ଜାମ୍ମୁ କାଶ୍ମୀରକୁ ବଦଳି ହୋଇଥିଲା। ଗଲାବେଳେ ସାଥୀ ଯବାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଛୁଟିରେ ଆସିଲେ ନିଶ୍ଚୟ ଦେଖା ହେବ। ତାଙ୍କର ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରିନାହାନ୍ତି ରାୟଗଡ଼ା ୪ର୍ଥ ବାଟାଲିୟନର ଯବାନମାନେ । ସାଥୀ ଯବାନଙ୍କ ସ୍ମୃତିରେ ୨ମିନିଟ ନିରବ ପ୍ରାର୍ଥନା କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇ ୧୨ଶହ ଯବାନ ଖାଦ୍ୟ ତ୍ୟାଗ କରିଛନ୍ତି। ଏ ସଂପର୍କରେ ଆଲୋଚନା କରିଛନ୍ତି ଆମ ରାୟଗଡା ବ୍ୟୁରୋ ହେଡ୍ ଅମୂଲ୍ୟ ରତ୍ନ ସାହୁ।

pulwana incident

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ନିଆଳି ରତନପୁର ଗାଁର ମନୋଜ କୁମାର ସହିଦ ହୋଇଛନ୍ତି । ବାପା-ମାଆଙ୍କର ଏକମାତ୍ର ସନ୍ତାନ ଥିଲେ ମନୋଜ। ଦେଢମାସ ଛୁଟି କାଟିବା ପରେ ଗତ ୬ ତାରିଖରେ ଚାକିରିରେ ଯୋଗ ଦେଇଥିଲେ । ଜମ୍ମୁରୁ କଶ୍ମୀର ଯାଉଥିବା ବେଳେ ସେ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲେ। ଗତକାଲି ମନ୍ତ୍ରୀ ପ୍ରତାପ ଜେନା ଓ ଚନ୍ଦ୍ରସାରଥୀ ବେହେରା ମନୋଜ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ବୀର ପୁତ୍ରକୁ ହରାଇ ପରିବାର ଓ ଗାଁ ଲୋକେ ଭାଙ୍ଗି ପଡ଼ିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.