Below header

ପୁଲୱାମା ଆତଙ୍କୀ ଆକ୍ରମଣ ଉପରେ ଏହି ବୟାନ ଦେଇ,କମେଡି ଶୋ’ରୁ ବିଦା ହେଲେ ସିଦ୍ଧୁ

ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ନବଜୋତ ସିଂହ ସିଦ୍ଧୁଙ୍କ ମନ୍ତବ୍ୟ ପରେ ତାଙ୍କୁ ‘ଦ କପିଲ ଶର୍ମା ଶୋ’ ରୁ ବାହାର କରାଯାଇଛି। ସୋନି ଟିଭି ତାଙ୍କୁ ହଟାଇ ଦେଇଛନ୍ତି। ଗୁରୁବାର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ନବଜୋତ ସିଂହ ସିଦ୍ଧୁଙ୍କ ବୟାନରେ ବିବାଦ ଦେଖିବାକୁ ମିଳିଥିଲା।

ସୋନି ଚ୍ୟାନେଲ ପ୍ରଡକସନ ହାଉସକୁ ସିଦ୍ଧୁଙ୍କୁ ହଟାଇବାକୁ କହିଛନ୍ତି। ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ଯିଏ କି କପିଲ ଶର୍ମା ଶୋରେ ଜଜ ଭାବରେ ନଜର ଆସନ୍ତି ବର୍ତ୍ତମାନ ତାଙ୍କ ସ୍ଥାନରେ ଅର୍ଚ୍ଚନା ପୂରଣ ସିଂହ ଶୋ’ରେ ନଜର ଆସିବେ।

sidhhuପଞ୍ଜାବର କ୍ୟାବିନେଟ ମିନିଷ୍ଟର ନବଜୋତ ସିଂହ ସିଦ୍ଧୁ ପୁଲୱାମାରେ ହୋଇଥିବା ଆତଙ୍କୀ ମାମଲାର ନିନ୍ଦା କରିଥିଲେ, କିନ୍ତୁ ଏହି ମନ୍ତବ୍ୟରେ ସେ ପାକିସ୍ତାନ ପ୍ରତି ନରମ ଦ୍ରୁଷ୍ଟି କରିଥିବା ନଜର ଆସିଥିଲେ। ସିଦ୍ଧୁ କହିଲେ ଯେ କିଛି ଲୋକଙ୍କ ପାଇଁ କଣ ଆପଣ ପୂରା ଦେଶ କିମ୍ବା ଜଣେ ମଣିଷକୁ ଦାୟୀ କରି ପାରିବ ନାହିଁ।

ନିଶ୍ଚୟ ପଢ଼ନ୍ତୁ : ରାକ୍ଷୀଙ୍କୁ ରଣବୀର କହିଥିଲେ ‘I LOVE U’ : ଏବେ ଜବାବରେ କେଉଁଠି ଟାଟୁ ବନାଇଛନ୍ତି ଡ୍ରାମା କୁଇନ୍…

ସେ ଏହା ମଧ୍ୟ କହିଥିଲେ ଯେ ଆକ୍ରମଣ କାପୁରୁଷତାର ପରିଚୟ ଅଟେ ଏବଂ ସେ ଏହାର କଡା ନିନ୍ଦା କରୁଛନ୍ତି। ହିଂସାର ସବୁବେଳେ ନିନ୍ଦା ହେବା ଆବଶ୍ୟକ ଏବଂ ଯାହାର ଭୁଲ ଅଛି ତାକୁ ଦଣ୍ଡ ମିଳିବା ଉଚିତ।

ନବଜୋତ ସିଂହ ସିଦ୍ଧୁଙ୍କ ଏହି ବୟାନ ପରେ ଟ୍ବିଟର ୟୁଜର୍ସ କପିଲ ଶର୍ମା ଶୋ’କୁ ବେନ କରିବା ପାଇଁ ଦାବି କରାଯାଇଛି। ୟୁଜର୍ସ ମାନେ କହିଲେ ଯେ ସେ କପିଲ ଶର୍ମା ଶୋ ସେତେବେଳେ ଦେଖିବେ ଯେତେବେଳେ ନବଜୋତ ସିଂହ ସିଦ୍ଧୁଙ୍କୁ ସୋନି ଟିଭିରୁ ହଟାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.