Categories: ରାଜ୍ୟ

ନଦୀରେ ବୁଡି ଦୁଇ ଭଉଣୀଙ୍କ ସଲିଳ ସମାଧି, ଖୁଦୁରୁକୁଣୀ ଓଷା ପାଇଁ ଫୁଲ ତୋଳିବାକୁ ଯାଇ ଅଘଟଣ

ମାହାଙ୍ଗା (କେନ୍ୟୁଜ୍) : ପାଇକା ନଦୀରେ ବୁଡି ଦୁଇ ଭଉଣୀଙ୍କ ସଲିଳ ସମାଧି । ଖୁଦୁରୁକୁଣୀ ଓଷା ପାଇଁ ଫୁଲ ତୋଳିବାକୁ ଯାଇ ପାଣିରେ ବୁଡିଗଲେ ଦୁଇ ଭଉଣୀ । ଘଟଣା ଘଟିଛି କଟକ କିଶନନଗର ଥାନା ବାବୁଜଙ୍ଗ ସଫିପୁର ସ୍ୱପ୍ନେଶ୍ୱର ମନ୍ଦିର ନିକଟରେ । ମୃତକ ଦୁଇ ଜଣ ଦାଦା ଓ ବଡବାପା ଝିଅ । ଅନ୍ୟ ଜଣେ ଭଉଣୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଆଜି ଖୁଦୁରୁକୁଣୀ ଓଷା ଥିବାରୁ ଏମାନେ ଫୁଲ ତୋଳିବାକୁ ନଦୀକୁ ଯାଇଥିଲେ । ହେଲେ ଗୋଡ ଖସିଯିବାରୁ ପାଣିରେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ରଘୁନାଥପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

KNews Bureau

Recent Posts

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଗୋଟିଏ ଦିନ ବନ୍ଦ ରହିବ ତେଲୁଗୁ ସିନେମା ଇଣ୍ଡଷ୍ଟ୍ରୀ, ହେବନି କୌଣସି ସୁଟିଂ

ରାମୋଜୀ ଫିଲ୍ମ ସିଟିର ପ୍ରତିଷ୍ଠାତା ରାମୋଜୀ ରାଓଙ୍କ ପରଲୋକରେ ଆସନ୍ତାକାଲି ବନ୍ଦ ରହିବ ତେଲୁଗୁ ଇଣ୍ଡଷ୍ଟ୍ରୀ । ଆସନ୍ତାକାଲି ରାମୋଜୀ…

5 mins ago

ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଅଘଟଣ, ବୁଡ଼ିଯାଇ ଦୁଇ ଛାତ୍ର ମୃତ

କେନ୍ୟୁଜ(ବ୍ୟୁରୋ ) : ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଅଘଟଣ । ନଦୀରେ ବୁଡ଼ି ଦୁଇ ଛାତ୍ର ମୃତ ।…

22 mins ago

ଫ୍ୟାଟି ଲିଭର ଯୋଗୁ ଚିନ୍ତିତ କି ? ପ୍ରତିଦିନ ଏହି ଆୟୁର୍ବେଦିକ ଔଷଧ ଗ୍ରହଣ କରନ୍ତୁ ସମସ୍ୟାରୁ ମିଳିବ ମୁକ୍ତି

ଫ୍ୟାଟି ଲିଭର ଦୁଇ ପ୍ରକାରର ଅଛି, ପ୍ରଥମଟି ହେଉଛି ଆଲକୋହଲିକ୍‌ ଫ୍ୟାଟି ଲିଭର, ଯାହା ଅତ୍ୟଧିକ ମଦ୍ୟପାନ ହେତୁ ହୋଇଥାଏ…

34 mins ago

ଯୁବକ ଯୁବତୀଙ୍କୁ ଷ୍ଟଣ୍ଟ କରିବା ପଡ଼ିଲା ମହଙ୍ଗା, ଖୋଜୁଛି ପୋଲିସ

ବର୍ତ୍ତମାନ ଯୁବପିଢ଼ିଙ୍କୁ ଘାରିଛି ରିଲ୍ସ ନିଶା । ସେଥିପାଇଁ ନିଜ ଜୀବନକୁ ବାଜିରେ ଲଗାଇବା ପାଇଁ ମଧ୍ୟ ପଛାଉ ନାହାଁନ୍ତି…

43 mins ago

ସମ୍ଭାଳି ପାରିଲାନି ପଣସର ବାସ୍ନା, ଗଛକୁ ଚଢ଼ି ଭାଲୁ ଖାଇଲା ପଣସ

ନବରଙ୍ଗପୁର (କେନ୍ୟୁଜ) : ରଜ ଆସିଲାଣି ଚାରିଆଡେ ମହକିଲାଣି ପଣସର ବାସ୍ନା । ଏଇ ଦିନରେ ପଣସର ଚାହିଦା ବହୁତ…

1 hour ago

ମହା ଆଡ଼ମ୍ବରରେ ଚାଲିଛି ମା’ ସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା, ଭକ୍ତଙ୍କ ଗହଣରେ ହେଉଛି ମା’ଙ୍କ ଘଟ ପରିକ୍ରମା

ଛତ୍ରପୁର(କେନ୍ୟୁଜ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତର ବାହାଲପୁର ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ସିଦ୍ଧ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା…

1 hour ago