Below header

ନଦୀରେ ବୁଡି ଦୁଇ ଭଉଣୀଙ୍କ ସଲିଳ ସମାଧି, ଖୁଦୁରୁକୁଣୀ ଓଷା ପାଇଁ ଫୁଲ ତୋଳିବାକୁ ଯାଇ ଅଘଟଣ

ମାହାଙ୍ଗା (କେନ୍ୟୁଜ୍) : ପାଇକା ନଦୀରେ ବୁଡି ଦୁଇ ଭଉଣୀଙ୍କ ସଲିଳ ସମାଧି । ଖୁଦୁରୁକୁଣୀ ଓଷା ପାଇଁ ଫୁଲ ତୋଳିବାକୁ ଯାଇ ପାଣିରେ ବୁଡିଗଲେ ଦୁଇ ଭଉଣୀ । ଘଟଣା ଘଟିଛି କଟକ କିଶନନଗର ଥାନା ବାବୁଜଙ୍ଗ ସଫିପୁର ସ୍ୱପ୍ନେଶ୍ୱର ମନ୍ଦିର ନିକଟରେ । ମୃତକ ଦୁଇ ଜଣ ଦାଦା ଓ ବଡବାପା ଝିଅ । ଅନ୍ୟ ଜଣେ ଭଉଣୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଆଜି ଖୁଦୁରୁକୁଣୀ ଓଷା ଥିବାରୁ ଏମାନେ ଫୁଲ ତୋଳିବାକୁ ନଦୀକୁ ଯାଇଥିଲେ । ହେଲେ ଗୋଡ ଖସିଯିବାରୁ ପାଣିରେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ରଘୁନାଥପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ସ୍ଥାନୀୟ ଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.