କୋଲକାତାରେ ସିଆଇଆଇ ପକ୍ଷରୁ ଉଚ୍ଚଶିକ୍ଷା କନକ୍ଲେଭ୍‌ ଅନୁଷ୍ଠିତ, ଅକ୍ଟୋବର ୨ ତାରିଖ ଠାରୁ କର୍କଟ ରୋଗୀଙ୍କୁ ଜିଲ୍ଲା ସ୍ତରରେ ଯୋଗାଇ ଦିଆଯିବ ଚିକିତ୍ସା

ଭୁବନେଶ୍ବର (କେନ୍ୟୁଜ୍) : କୋଲକାତାରେ ସିଆଇଆଇ ପକ୍ଷରୁ ଉଚ୍ଚଶିକ୍ଷା କନକ୍ଲେଭ୍‌ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମବଙ୍ଗର ବିଭିନ୍ନ ଶିକ୍ଷା ପ୍ରତିଷ୍ଠାନ ସହ ଜଡ଼ିତ ବହୁ ଶିକ୍ଷାବିତ୍ ଏହି କନକ୍ଲେଭରେ ଯୋଗଦେଇଥିଲେ । ସମ୍ମିଳନୀରେ ମୁଖ୍ୟ ବକ୍ତାଭାବେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଯୋଗଦେଇ କନକ୍ଲେଭକୁ ଉଦଘାଟନ କରିଥିଲେ । ଏହି ଅବସରରେ ଡ. ସାମନ୍ତ କହିଥିଲେ ଶିକ୍ଷାଦାନଠୁ ବଡ଼ ଦାନ ଅନ୍ୟକିଛି ନାହିଁ । ଯେଭଳି ଶିକ୍ଷା ପ୍ରତିଟି ସ୍ତରରେ ପହଞ୍ଚିବ ସେଥିପାଇଁ ଉଦ୍ୟମ ନେବାକୁ ହେବ ।ଏହି କ୍ଷେତ୍ରରେ ଘରୋଇ ଶିକ୍ଷା ପ୍ରତିଷ୍ଠାନ ଗୁଡ଼ିକୁ ସରକାରୀ ଭାବେ ବିଶେଷ ସହାୟତା ଯୋଗାଇବାର ଆବଶ୍ୟକତା ରହିଛି ।

ଡ. ସାମନ୍ତ କହିଥିଲେ, ଏବେବି ଭାରତ ବର୍ଷ ଶିକ୍ଷାର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ନାହିଁ । ଅନ୍ୟୁନତ ଅଞ୍ଚଳରେ ଶିକ୍ଷାର ଅପହଞ୍ଚ ଯୋଗୁଁ ବିକାଶ ଅଟକି ରହିଛି । ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତିଠାରୁ କର୍କଟ ରୋଗୀଙ୍କୁ ଜିଲ୍ଲା ସ୍ତରରେ ଚିକିତ୍ସା ଯୋଗାଇ ଦିଆଯିବ । ପ୍ରଥମ ପର‌୍ୟ୍ୟାୟରେ କ୍ୟାପିଟାଲ ହସପିଟାଲ ସମେତ ୭ଟି ଜିଲ୍ଲାରେ ଚିକିତ୍ସା କରାଯିବ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

achyutaରାଜ୍ୟରେ ଥିବା କର୍କଟ ରୋଗୀଙ୍କୁ କେମୋ ସୁବିଧା ପାଇଁ ରାଜ୍ୟ ସରକାର ଏହି ବ୍ୟବସ୍ଥା କରିଛନ୍ତି । ଏଥିରେ ରୋଗୀଙ୍କୁ ଜିଲ୍ଲାସ୍ତରରେ ସ୍ୱତନ୍ତ୍ର ଶଯ୍ୟା ସହ ଆବଶ୍ୟକ ମେଡିସିନ ଯୋଗାଇଦିଆଯିବ । କେମୋ ପରେ ଯନ୍ତ୍ରଣାରୁ ଉପଶମ ପାଇଁ ଏହି ଚିକିତ୍ସା ସୁବିଧା ଯୋଗାଇବେ ରାଜ୍ୟ ସରକାର । ପ୍ରଥମ ପଯ୍ୟାୟରେ କ୍ୟାପିଟାଲ ହସପିଟାଲ ସମେତ ବାଲେଶ୍ୱର, ବରଗଡ, କଳାହାଣ୍ଡି, କନ୍ଧମାଳ, ନୟାଗଡ, ସୁନ୍ଦରଗଡରେ ଏହି ଚିକିତ୍ସା ସୁବିଧା ଦିଆଯିବ । ୨୦୨୦-୨୧ ସୁଦ୍ଧା, ରାଜ୍ୟର ସମସ୍ତ ଜିଲ୍ଲାକୁ ସଂପ୍ରସାରିତ ହେବ । ସେହିପରି ମୋ ସରକାର କାର୍ଯ୍ୟକ୍ରମ ଅନୁସାରେ ରୋଗୀଙ୍କ ସହ ସ୍ୱାସ୍ଥ୍ୟ ବିଭାଗ ସଚିବଙ୍କ ସହ ଅନ୍ୟାନ୍ୟ ଅଧିକାରୀ ସିଧାସଳଖ କଥା ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.