କମୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର, ୫ଟି ଗେଟ୍ ଦେଇ ବନ୍ୟା ପାଣି ନିଷ୍କାସିତ
ସମ୍ବଲପୁର (କେନ୍ୟୁଜ୍) : କମୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର। ଏବେ ୫ଟି ଗେଟ୍ ଦେଇ ବନ୍ୟା ପାଣି ନିଷ୍କାସିତ ହେଉଛି। ଏବେ ହୀରାକୁଦର ଜଳସ୍ତର ରହିଛି ୬୨୦.୧୭ ଫୁଟ । ପ୍ରତି ସେକେଣ୍ଡକୁ ଜଳଭଣ୍ଡାରକୁ ୧ଲକ୍ଷ ୫ହଜାର ୮୪୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୯୪ହଜାର ୭୯୭ କ୍ୟୁସେକ୍ ଜଳ । ହୀରାକୁଦ ଜଳଭଣ୍ଡାରର ଜଳଧାରଣା କ୍ଷମତା ରହିଛି ୬୩୦ ଘନଫୁଟ।