ରାଜ୍ୟ

ରାତିରେ ଘରେ ଶୋଇଥିଲେ ହେଲେ ସକାଳକୁ ଉଭାନ୍‌ ହୋଇଗଲେ ଦୁଇ ଭଉଣୀ

ଚାନ୍ଦବାଲି (କେନ୍ୟୁଜ୍‌) : ଇଏ ବଡ଼ ଆଚମ୍ବିତ କଥା । ରାତିରେ ଘରେ ଶୋଇଥିଲେ ଦୁଇ ନାବାଳିକା ଭଉଣୀ । ହେଲେ ସକାଳୁ ଦେଖିଲା ବେଳକୁ ଦୁଇଜଣ ଯାକ ଗାୟବ । ଏ ନେଇ ପରିବାର ତରଫରୁ ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୋଗ ହୋଇଛି କି ଝିଅଙ୍କୁ ଅପହରଣ କରାଯାଇଛି ।

ଏହି ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନା କମାରିଆ ଗାଁରୁ । ଏହି ଗାଁରେ ପୁରୀ ଜିଲ୍ଲାର ମନୋଜ ସାମନ୍ତରାୟ ନାମକ ଜଣେ ବ୍ଯକ୍ତି ନିଜ ପରିବାର ସହ ଭଡା ଘରେ ରହୁଥିଲେ । ତାଙ୍କର ଦ୍ୱିତୀୟ ଝିଅକୁ ୧୭ ବର୍ଷ ବୟସ । ଯିଏକି ଯୁକ୍ତଦୁଇ ଦ୍ୱିିତୀୟ ବର୍ଷରେ ପାଠ ପଢେ । ତୃତୀୟ ଝିଅ ମାଟ୍ରିକ୍ ପାସ୍‌ କରିବା ପରେ ଘରେ ରହୁଥିଲା । ତାକୁ୧୬ ବର୍ଷ ବୟସ । ତେବେ କୌଣସି କାରଣ ନଥାଇ ଉଭୟ ନାବାଳିକା ଉଭଣୀ ଗତ ୮ ତାରିଖ ରାତିରୁ କୁଆଡ଼େ ଚାଲି ଯାଇଛନ୍ତି ।

ରାତି ପ୍ରାୟ ୪ଟା ବେଳକୁ ଏକଥା ତାଙ୍କ ମାଆଙ୍କ ନଜରକୁ ଆସିଥିଲା । ତେଣୁ ପରିବାର ଲୋକେ ଚାରିଆଡେ ଖୋଜାଖୋଜି କରିବା ସହିତ ସମ୍ପର୍କୀୟଙ୍କ ଘର ମଧ୍ୟ ବୁଲିଥିଲେ । ତଥାପି ସେମାନଙ୍କର କୌଣସି ପତ୍ତା ମିଳି ନଥିଲା । ଶେଷରେ ନିରୁପାୟ ହୋଇ ଥାନାରେ ଆଶ୍ରୟ ନେଇଛନ୍ତି ବାପା ମା।

ପୋଲିସ ଏନେଇ ମାମଲା ରୁଜୁ କରି ଦୁଇ ଝିଅଙ୍କ ସମେତ ସନ୍ଦ୍ରେହ ପରିସରରେ ଥିବା ବ୍ୟକ୍ତିଙ୍କ ମୋବାଇଲ୍‌ ନମ୍ବରରେ ଟ୍ରାକ୍‌ କରିବାକୁ ଚେଷ୍ଟା ଚଳାଇଛି । ଦୁଇ ଝିଅଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ବାପା ମା ଆଶଙ୍କା କରି ଭୟଭୀତ ଅଛନ୍ତି । ଯେକୌଣସି ଉପାୟରେ ସେମାନଙ୍କୁ ଉଦ୍ଧାର କରିବା ସହିତ ଅପହରଣ କରିଥିବା ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠା ନେବାକୁ ଦାବି କରାଯାଇଛି । ଏ ସମ୍ପର୍କରେ ଆଇଆଇସି ଗୟାଧର ବେହେରାଙ୍କୁ ପଚାରିବାରୁ ଏହି ଅପରହରଣ ଘଟଣାରେ ପୋଲିସ ଭିନ୍ନ ଢାଞ୍ଚାରେ ତଦନ୍ତ କରୁଛି ବୋଲି କହିଛନ୍ତି ।

 

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

19 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

34 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

49 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

59 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago