ଭଞ୍ଜନଗର (କେନ୍ୟୁଜ୍) : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଞ୍ଚଳରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ମାଆ ଚାପୁଡାରେ ମରିଗଲା ଦୁଇ ବର୍ଷର ପୁଅ । ଜକର ଗାଁ ପ୍ରକାଶ ଜେନାଙ୍କ ଝିଅ ମମତା ବିଶ୍ୱାଳ ମଥୁରା ଗ୍ରାମର ମନୋରଞ୍ଜନ ବିଶ୍ୱାଳଙ୍କୁ ବିବାହ କରିଥିଲେ। ସ୍ୱାମୀ ମନୋରଞ୍ଜନ ବାହାର ରାଜ୍ୟରେ କାମ କରୁଥିବା ବେଳେ ସ୍ତ୍ରୀ ମମତା ବାପ ଘରେ ରହୁଥିଲେ ।
ତେବେ କୌଣସି କାରଣରୁ ମମତା ରାଗି ଯାଇ ପୁଅକୁ ଏକ ଚାପୁଡ଼ା ମାରିଥିଲେ। ତେବେ ଚାପୁଡ଼ାଟି ଅଜାଗାରେ ବାଜିଗଲା । ମାନେ ପୁଅର କାନରେ ଶକ୍ତ ଆଘାତ ଲାଗିଥିଲା । କିଛି ସମୟ ପରେ ପୁଅର ମୃତ୍ୟୁ ହୋଇଥିଲା । ନିଜ ଭୁଲ ପାଇଁ ମା ସିନା କାନ୍ଦି କାନ୍ଦି ଲୋଟିଗଲା ହେଲେ ଆଉ ପୁଅ ଫେରିଲାନି ।
କନ୍ଧମାଳ (କେନ୍ୟୁଜ୍): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…
ବାଲେଶ୍ବର (କେନ୍ୟୁଜ୍): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…
କଟକ(କେନ୍ୟୁଜ୍): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…
ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…
ଭୁବନେଶ୍ୱର(କେନ୍ୟୁଜ୍): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…
ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…