Below header

ମା ମାଡ଼ରେ ଆରପାରିକୁ ଚାଲିଗଲା ଦୁଇ ବର୍ଷର ପୁଅ

ଭଞ୍ଜନଗର (କେନ୍ୟୁଜ୍‌) : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଞ୍ଚଳରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ମାଆ ଚାପୁଡାରେ ମରିଗଲା ଦୁଇ ବର୍ଷର ପୁଅ । ଜକର ଗାଁ ପ୍ରକାଶ ଜେନାଙ୍କ ଝିଅ ମମତା ବିଶ୍ୱାଳ ମଥୁରା ଗ୍ରାମର ମନୋରଞ୍ଜନ ବିଶ୍ୱାଳଙ୍କୁ ବିବାହ କରିଥିଲେ। ସ୍ୱାମୀ ମନୋରଞ୍ଜନ ବାହାର ରାଜ୍ୟରେ କାମ କରୁଥିବା ବେଳେ ସ୍ତ୍ରୀ ମମତା ବାପ ଘରେ ରହୁଥିଲେ ।

ତେବେ କୌଣସି କାରଣରୁ ମମତା ରାଗି ଯାଇ ପୁଅକୁ ଏକ ଚାପୁଡ଼ା ମାରିଥିଲେ। ତେବେ ଚାପୁଡ଼ାଟି ଅଜାଗାରେ ବାଜିଗଲା । ମାନେ ପୁଅର କାନରେ ଶକ୍ତ ଆଘାତ ଲାଗିଥିଲା । କିଛି ସମୟ ପରେ ପୁଅର ମୃତ୍ୟୁ ହୋଇଥିଲା । ନିଜ ଭୁଲ ପାଇଁ ମା ସିନା କାନ୍ଦି କାନ୍ଦି ଲୋଟିଗଲା ହେଲେ ଆଉ ପୁଅ ଫେରିଲାନି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.