Below header

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ୧୪ ତାରିଖ ସୁଦ୍ଧା ସବୁ ଜିଲ୍ଲାରେ ପହଞ୍ଚିବ ଭୋଟର ତାଲିକା

ଭୁବନେଶ୍ୱର(କେନ୍ୟୁଜ) : ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସପ୍ତାହେ ଭିତରେ ସରିବ ୱାର୍ଡ ସୀମା ନିର୍ଦ୍ଧାରଣ, ସଂରକ୍ଷଣ ଓ ଭୋଟର ତାଲିକା ପ୍ରସ୍ତୁତି । ୧୪ ତାରିଖ ସୁଦ୍ଧା ସବୁ ଜିଲ୍ଲାରେ ପହଞ୍ଚିବ ଭୋଟର ତାଲିକା । ଦୁଇ ସପ୍ତାହ ଭିତରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣାର ସମ୍ଭାବନା ରହିଛି । ଏପଟେ ପଞ୍ଚାୟତ ନିର୍ବାଚନ ପାଇଁ ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସ ଅଣ୍ଟା ଭିଡ଼ିଥିବା ବେଳେ ଶୀତ ଅଧିବେଶନ ଆରମ୍ଭରୁ ତାତିଛି ଗୃହ।

ବିରୋଧୀ-ଶାସକ ମୁହାଁମୁହିଁ । ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଶାସକ-ବିରୋଧୀଙ୍କୁ ଏକାଠି ହୋଇ ପରସ୍ପରକୁ ଆଟାକ-କାଉଣ୍ଟର କରିବାକୁ ଶେଷ ସୁଯୋଗ ଦେଇଛି ଶୀତ ଅଧିବେଶନ। ତେଣୁ ଉଭୟ ବିରୋଧୀ ଓ ଶାସକ ନଛୋଡ଼ବନ୍ଦା । ସ୍ଥିତି ଏମିତି ହୋଇଛି ଯେ ଶୀତ ଅଧିବେଶନକୁ ୬ ଦିନ ବିତିଲାଣି, ହେଲେ ହଟ୍ଟଗୋଳ ଯୋଗୁ ଚାଲିପାରୁନି ଗୃହ । ବିରୋଧୀମାନେ ମମିତା ହତ୍ୟାକାଣ୍ଡ ଓ ମାହାଙ୍ଗା ମର୍ଡରକୁ ପଞ୍ଚାୟତ ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ କରିବେ ବୋଲି ଇଶାରା ମିଳିଲାଣି ।

ଆଜି ପ୍ରଶ୍ନକାଳ ଆରମ୍ଭରୁ ମମିତା ମାମଲାରେ ବିରୋଧୀ କଂଗ୍ରେସ ହାତରେ ପ୍ଲାକାର୍ଡ ଧରି ଗୃହର ମଧ୍ୟ ଭାଗରେ ହୋ ହଲ୍ଲା କରିଥିଲେ । ସେହିଭଳି ମୁଖ୍ୟ ବିରୋଧୀ ଦଳ ବିଜେପି ଘଣ୍ଟ ବାଡେଇ ବିରୋଧ ପ୍ରଦର୍ଶନ କରିଥିଲା । ଗୃହ ବାହାରେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋ ରଖି ପୂଜାର୍ଚ୍ଚନା ସହ ମହାପ୍ରସାଦ ବଣ୍ଟନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.