ଚାଲୁ ଚାଲୁ ଖୋଲା ମେନହୋଲରେ ଖସିପଡିଲା ଝିଅ, ଉଦ୍ଧାର କରିବାକୁ ଗାତ ଭିତରକୁ ପଶିଗଲେ ଯୁବକ ତାପରେ ଦେଖନ୍ତୁ ଭିଡିଓ

ଆଜିର ସ୍ୱାର୍ଥପର ଦୁନିଆରେ ସମସ୍ତେ ନିଜ ନିଜ ଦୁନିଆରେ ବ୍ୟସ୍ତ। ସ୍ୱାର୍ଥ ନଥିଲେ ଏଠି କେହି କାହାକୁ ପଚାରିବେ ନାହିଁ ସେଠି କାହାକୁ ସାହାଯ୍ୟ କରିବା ବହୁତ ଦୂରରେ। ସମସ୍ତେ ନିଜ ସୁବିଧା ଦେଖନ୍ତି। ଏବେକା ସମାଜରେ ଯଦି ଜଣେ ମଣିଷ ଅନ୍ୟ ଜଣେ ମଣିଷକୁ କେଉଁଠି ଅସୁବିଧାରେ ପଡିଥିବାର ଦେଖିବେ କିମ୍ବା କେଉଁଠି ଫସି ରହିଥିବାର ଦେଖନ୍ତି ତାହେଲେ ପାଖ ଦେଖି ଯାଉଥିବେ ବରଂ କିନ୍ତୁ ତାଙ୍କୁ ସାହାଯ୍ୟ କରିବାକୁ ଆସନ୍ତିନାହିଁ। କିନ୍ତୁ କିଛି ଲୋକ ଆଜି ବି ବଞ୍ଚାଇ ରଖିଛନ୍ତି ମାନବିକତାକୁ। ଆଜି ବି ଏମିତି ଲୋକ ଅଛନ୍ତି ଯେଉଁମାନେ ନିଜ ଜୀବନକୁ ବାଜି ଲଗାଇ ଅନ୍ୟର ଜୀବନ ରକ୍ଷା କରୁଛନ୍ତି। ସେମିତି ହିଁ କିଛି ଦେଖିବାକୁ ମିଳିଥିଲା ଏହି ଦୃଶ୍ୟରୁ।

ଏକ ଖୋଲା ମେନହୋଲ ଭିତରକୁ ଗଳି ପଡିଲା ଜଣେ ଛୋଟ ପିଲାଟି। ଆଉ ଠିକ ଏହି ସମୟରେ ଅନ୍ୟ କିଛି ଚିନ୍ତା ନକରି ରକ୍ଷା କରିବାକୁ ଆଗେଇ ଆସିଲେ ଜଣେ ଡେଲିଭରୀ ବୟ। ସେ ଓ ତାଙ୍କ ସହିତ ଆଉ କିଛି ଲୋକ ମିଶି ଏହି ଛୋଟ ଝିଅଟିକୁ ଖୋଲା ମେନହୋଲ ଭିତରୁ ରକ୍ଷା କରି ମାନବିକତାର ପ୍ରମାଣ ଦେଖାଇଛନ୍ତି।

ଏହି ଘଟଣା ହେଉଛି ଡୋମିନିକନ ରିପ୍ଲିକର। ଏଠାରେ ଏକ ଛୋଟ ଝିଅଟି ରାସ୍ତାରେ ଯାଉଥିବା ସମୟରେ ହଠାତ୍‌ ଏକ ଖୋଲା ମେନହୋଲ ଭିତରକୁ ଖସି ପଡିଥିଲା। ଆଉ ପିଲାଟିର ଜୀବନ ବଞ୍ଚାଇବାକୁ ଲୋକେ ତୁରନ୍ତ ଦୌଡି ଆସିଲେ। ଜଣେ ଡେଲିଭରୀ ବୟ ଏବଂ ଅନ୍ୟ ଜଣେ ସ୍ଥାନୀୟ ଦୋକାନୀ ମିଶି ପିଲାଟିକୁ ରକ୍ଷା କରିବାକୁ ଉଦ୍ୟମ କଲେ। ପିଲାଟିକୁ ରକ୍ଷା କରିବାକୁ ପ୍ରଥମେ ଜଣେ ବ୍ୟକ୍ତି ମେନହୋଲ ଭିତରକୁ ଗଲେ ଏବଂ ଭିତରକୁ ଯାଇ ଛୋଟ ଝିଅଟିକୁ ବାହାରେ ଛିଡା ହୋଇଥିବା ଲୋକଙ୍କ ଆଡକୁ ବଢ଼ାଇଲା। ଏହାପୋ ମେନହୋଲ ବାହାରେ ଛିଡା ହୋଇଥିବା ଲୋକ ପିଲାଟିକୁ ବାହାରକୁ ବାହାର କରିବାରେ ସକ୍ଷମ ହେଲେ।

ତେବେ ଏହି ଉଦ୍ଧାର ବେଳର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ପାଣି ଭଳି ଭାଇରାଲ ହେଉଛି। ଏହି ଭିଡିଓକୁ ନାମକ ଏକ ଟ୍ଵିଟର ଆକାଉଣ୍ଟରେ ସେୟାର କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.