ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ବାଲିଷ୍ଟିକ ମିସାଇଲ୍ ‘ପ୍ରହାର’ର ଉତକ୍ଷେପଣ

ବାଲେଶ୍ୱର(କେନ୍ୟୁଜ୍‌) : ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ବାଲିଷ୍ଟିକ ମିସାଇଲ୍ ‘ପ୍ରହାର’ର ସଫଳ ଉତକ୍ଷେପଣ ହୋଇଛି । ଅପରାହ୍ଣ ୩ଟା ୯ମିନିଟ୍ରେ ୩ ନମ୍ବର ଲଞ୍ଚପ୍ୟାଡ୍ରୁ ଏହାର ପରୀକ୍ଷଣ କରାଯାଇଛି । ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ବାଲିଷ୍ଟିକ ମିସାଇଲ ହେଉଛି ‘ପ୍ରହାର ’।

ଏହାର ଲକ୍ଷ୍ୟଭେଦ କ୍ଷମତା ୧୫୦ରୁ ୨୦୦ କିଲୋମିର । ମିସାଇଲର ଲମ୍ବ ୭.୩୨ ମିଟର ଏବଂ ଓଜନ ୧୨ଶହ ୮୦ କିଲୋଗ୍ରାମ । ୨୦୦ରୁ ୫୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବ ପ୍ରହାର । ପ୍ରହାର କ୍ଷେପଣାସ୍ତ୍ରକୁ ପ୍ରଥମ ଥର ପାଇଁ ୨୦୧୧ ଜୁଲାଇ ୨୧ ତାରିଖ ଓ ଦ୍ୱିତୀୟ ଥର ୨୦୧୮ ସେପ୍ଟେମ୍ବର ୨୦ରେ ପରୀକ୍ଷା କରାଯାଇଥିଲା ।

ଏହା ୨୫୦ ସେକେଣ୍ଡ ମଧ୍ୟରେ ଶବ୍ଦର ବେଗ ଠାରୁ ୩ ଗୁଣ ଅଧିକ ବେଗରେ ଗତିକରି ୧୫୦ରୁ ୨୦୦ କିଲୋମିଟର ମଧ୍ୟରେ ଟାର୍ଗେଟ୍କୁ ନଷ୍ଟ କରିବାର କ୍ଷ୍ୟମତା ରହିଛି । ପ୍ରହାର କ୍ଷେପଣାସ୍ତ୍ରରେ ୨୦୦ ରୁ ୫00 କିଲୋଗ୍ରାମ ପର୍ଯ୍ୟନ୍ତ ଉଭୟ ପାରମ୍ପରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ ।

ଭାରତ ଡ଼ାୟନାମିକ୍ ଲିମିଟେଡ଼ ଦ୍ବାରା ନିର୍ମିତ ପ୍ରହାର ମିସାଇଲକୁ କେନିଷ୍ଟାରରୁ ଉତ୍କ୍ଷେପଣ କରାଯିବା ସହିତ ଏହାକୁ ଟାଟ୍ରା ମୋବାଇଲ ଲଞ୍ଚରରୁ ମଧ୍ୟ ଉତ୍କ୍ଷେପଣ କରାଯାଇ ପାରିବ । ପ୍ରହରର ଟ୍ରାଜେଟୋରୀକୁ ବିକଶିତ କରାଯାଇ ଆଜି ପରୀକ୍ଷା କରାଯାଉଥିବା ଜଣାପଡ଼ିଛି ।

ପ୍ରକାଶଯୋଗ୍ୟ, ସୂରକ୍ଷା ଦୃଷ୍ଟିରୁ ଆଜି ଲଞ୍ଚପ୍ୟାଡ଼ରୁ ୭ କିଲୋମିଟର ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀ ମାନଙ୍କୁ ଯିବାକୁ ବାରଣ କରାଯାଇଥିଲା। ସେହିପରି ୩ ନଂ ଲଞ୍ଚପ୍ୟାଡ଼ର ଅଢେଇ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ଗୁଡ଼ୁପାହି, କୁସୁମୁଳିପାହି, ଭୀମପୁରପାହି, ସାହାଦାନଗରପାହି ଗାଁର ୬  ହଜାରରୁ ଅଧିକ ଲୋକଙ୍କୁ ଅସ୍ଥାୟୀ ଶିବିରକୁ ସ୍ଥାନାନ୍ତର କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.