Categories: ରାଜ୍ୟ

ବନ ବିଭାଗ ଉଜ୍ଜଳା ଯୋଜନାରେ ରନ୍ଧନ ଗ୍ୟାସ୍‌ ବଣ୍ଟନ, ଉପକୃତ ହେଲେ ୫୦ ମହିଳା

ବାରିପଦା (କେନ୍ୟୁଜ) : ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ଆନୁକୁଲ୍ୟରେ ରନ୍ଧନ ଗ୍ୟାସ୍‌ ବଣ୍ଟନ କାର୍ଯ୍ୟକ୍ରମ ବନାଞ୍ଚଳ କାର୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଛି। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମଣଦା କ୍ଷେତ୍ର ପରିଚାଳନାର ମୁଖ୍ୟ ତଥା ବନାଞ୍ଚଳ ଅଧିକାରୀ ବନ ବିହାରୀ ସର୍ଦ୍ଦାରଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ରାଇରଙ୍ଗପୁର ଡିଏଫଧ ଆଇଏଫଏସ୍‌ ଓମାନ ଗୋରାଖ କାଲୁଙ୍ଗେଙ୍କ ଦ୍ୱାରା ରନ୍ଧନ ଗ୍ୟାସ୍‌ ବଣ୍ଟନ କରାଯାଇଛି।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ‘ମହିଳାମାନଙ୍କୁ ରନ୍ଧନ ଗ୍ୟାସ୍‌ ବ୍ୟବହାର କରି ପରିବେଶକୁ ଧୂଆଁମୁକ୍ତ କରାଇବା।’ ପ୍ରତ୍ୟେକ ଘରର ମହିଳାମାନ ଯେପରି ଧୂଆଁ ଦାଉରୁ ରକ୍ଷା ପାଇପାରିବେ ସେଥିପାଇଁ ଏହିଭଳି ଏକ ପଦକ୍ଷେପ ନିଆଯାଇଛି। ସେହିପରି କାର୍ଯ୍ୟକ୍ରମର ମୁଖ୍ୟ ତତା ଏଫଏମୟୁ ସଂଯୋଜକ ବିଜୟ କେତନ ବିଶ୍ୱାଳ ଗ୍ୟାସରେ କାଠ ଅପେକ୍ଷା ସହଜରେ ରନ୍ଧନ କାର୍ଯ୍ୟ ହୋଇପାରିବ ଏବଂ ବିଭିନ୍ନ ରୋଗ ମଧ୍ୟ ଦୂର ହେବ ବୋଲି ଉଲ୍ଲେଖ କରିଛନ୍ତି। ବିଭିନ୍ନ ଗ୍ରାମରୁ ପ୍ରାୟ ୫୦ ଜଣ ମହିଳାଙ୍କୁ ଗ୍ୟାସ୍‌ ସହିତ କାଗଜପତ୍ର ବଣ୍ଟନ କରାଯାଇଛି।

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

12 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

27 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

42 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

52 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago