Below header

ବନ ବିଭାଗ ଉଜ୍ଜଳା ଯୋଜନାରେ ରନ୍ଧନ ଗ୍ୟାସ୍‌ ବଣ୍ଟନ, ଉପକୃତ ହେଲେ ୫୦ ମହିଳା

ବାରିପଦା (କେନ୍ୟୁଜ) : ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ଆନୁକୁଲ୍ୟରେ ରନ୍ଧନ ଗ୍ୟାସ୍‌ ବଣ୍ଟନ କାର୍ଯ୍ୟକ୍ରମ ବନାଞ୍ଚଳ କାର୍ଯାଳୟ ପରିସରରେ ଅନୁଷ୍ଠିତ ହୋଇଛି। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମଣଦା କ୍ଷେତ୍ର ପରିଚାଳନାର ମୁଖ୍ୟ ତଥା ବନାଞ୍ଚଳ ଅଧିକାରୀ ବନ ବିହାରୀ ସର୍ଦ୍ଦାରଙ୍କ ପରିଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ରାଇରଙ୍ଗପୁର ଡିଏଫଧ ଆଇଏଫଏସ୍‌ ଓମାନ ଗୋରାଖ କାଲୁଙ୍ଗେଙ୍କ ଦ୍ୱାରା ରନ୍ଧନ ଗ୍ୟାସ୍‌ ବଣ୍ଟନ କରାଯାଇଛି।

gasଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ‘ମହିଳାମାନଙ୍କୁ ରନ୍ଧନ ଗ୍ୟାସ୍‌ ବ୍ୟବହାର କରି ପରିବେଶକୁ ଧୂଆଁମୁକ୍ତ କରାଇବା।’ ପ୍ରତ୍ୟେକ ଘରର ମହିଳାମାନ ଯେପରି ଧୂଆଁ ଦାଉରୁ ରକ୍ଷା ପାଇପାରିବେ ସେଥିପାଇଁ ଏହିଭଳି ଏକ ପଦକ୍ଷେପ ନିଆଯାଇଛି। ସେହିପରି କାର୍ଯ୍ୟକ୍ରମର ମୁଖ୍ୟ ତତା ଏଫଏମୟୁ ସଂଯୋଜକ ବିଜୟ କେତନ ବିଶ୍ୱାଳ ଗ୍ୟାସରେ କାଠ ଅପେକ୍ଷା ସହଜରେ ରନ୍ଧନ କାର୍ଯ୍ୟ ହୋଇପାରିବ ଏବଂ ବିଭିନ୍ନ ରୋଗ ମଧ୍ୟ ଦୂର ହେବ ବୋଲି ଉଲ୍ଲେଖ କରିଛନ୍ତି। ବିଭିନ୍ନ ଗ୍ରାମରୁ ପ୍ରାୟ ୫୦ ଜଣ ମହିଳାଙ୍କୁ ଗ୍ୟାସ୍‌ ସହିତ କାଗଜପତ୍ର ବଣ୍ଟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.