Below header

ବହୁତ ଜଲଦି ଭାରତକୁ ଆସିବ Motorola Razr, ୟୁଜର୍ସମାନେ ପାଇପାରିବେ ଜବରଦସ୍ତ ଫିଚର୍ସ

ଆମେରିକୀ କମ୍ପାନୀ ମୋଟୋରୋଲା ବହୁତ ଜଲଦି ଭାରତରେ ମୋଟା ରେଜର ଫୋଲ୍ଡେବଲ ଫୋନ ଲଞ୍ଚ କରିବାକୁ ଯାଉଛି। ଗତ ସପ୍ତାହରେ କମ୍ପାନୀ ମୋଟୋ ରେଜରକୁ ଆମେରିକାରେ ଗ୍ଲୋବଲ ଲେବଲ୍‌ରେ ସାମିଲ କରିଥିଲା। ଫୋନର ଲୁକ୍‌ ଏବଂ ଡିଜାଇନକୁ ମଧ୍ୟ ଲୋକମାନେ ଖୁବ୍‌ ପସନ୍ଦ କରିଛନ୍ତି। ଏହି ଫୋନର କ୍ୟାମେରା ମଧ୍ୟ କାଫି ଦମଦାର ରହିଛି।

ଏହି ଫୋନ ସାମସଂଗ ଗ୍ୟାଲେକ୍ସି ଡବ୍ଲ୍ୟୁ ୨୦୫ ଜି ଏବଂ ହୁଓ୍ଵାେଓ୍ଵ ମେଟ୍‌ ଏକ୍ସ କୁ ଟକ୍କର ଦେବ। ଅନେକ ସୋସିଆଲ ମିଡିଆର ପୋଷ୍ଟରୁ ମଧ୍ୟ ସୂଚନା ମିଳିଛି କମ୍ପାନୀ ଆମେରିକାରେ ମୋଟେ ରେଜରର ରେଜିଷ୍ଟ୍ରେସନ ପ୍ରକ୍ରିୟା ଆରମ୍ଭ କରିସାରିଛି। କିନ୍ତୁ ଭାରତରେ ଏହା କେତେ ଦିନ ଧରି ଚାଲିବ ତାହାର କୌଣସି ସୂଚନା ସାର୍ବଜନିକ କରାଯାଇନାହିଁ। ରିପୋର୍ଟ ଅନୁଯାୟୀ ଏହି ଫୋନ ଲଞ୍ଚ ହେବା ପରେ ଭାରତୀୟ ବଜାରକୁ ଆସିବା ଶୁଣିବାକୁ ମିଳିଥିଲା। କମ୍ପାନୀ ଭାରତରେ ଏହି ଫୋନର ମୂଲ୍ୟ ପାଖାପାଖି ୧ଲକ୍ଷ ଟଙ୍କା ରଖିବାର ସୂଚନା ମିଳିଛି।

motorolaଏହି ଫୋନରେ clamshell ଏବଂ ଫ୍ଲିପ ଫୋନର ଡିଜାଇନ ଦିଆଯାଇଛି। ଏଥିରେ ୟୁଜର୍ସଙ୍କୁ ୬.୨ ଇଞ୍ଚର ଓଏଲଇଡି ଡିସପ୍ଲେ ମିଳିବ, ଯାହାର ରିଜଲ୍ୟୁସନ 876×2142 ଫିକ୍ସଲ ରହିଛି। ଫୋଲ୍ଡ ହେବା ପରେ ଫୋନର ସ୍କ୍ରିନ ସାଇଜ୍‌ ୨.୭ ଇଞ୍ଚର ହୋଇଯିବ। ଏଥିସହ ଫୋନରେ ୧୬ ମେଗାପିକ୍ସେଲର ପ୍ରାଇମରୀ ସୁଟର କ୍ୟାମେରା ଦିଆଯାଇଛି। ଏହାବ୍ୟତୀତ ଫୋନରେ ନାଇଟ ଭିଜନ ମୋଡର ଫିଚର ମଧ୍ୟ ରହିଛି। ଏହାଦ୍ୱାରା ୟୁଜର୍ସମାନେ ରାତିରେ ଖୁବ୍‌ ସୁନ୍ଦର ଫଟୋଗ୍ରାଫି କରିପାରିବେ। ଏଥିରେ ଏଆଇ ଟେକନିକ୍‌ ର ସପୋର୍ଟ ମଧ୍ୟ ମିଳିବ। ସେହିପରି ଫ୍ରଣ୍ଟ କ୍ୟାମେରା ୫ ମେଗାପିକ୍ସେଲର ରହିଛି।

ଏହାସହ ପଢନ୍ତୁ: ଗବେଷଣାରୁ ଜଣ ପଡିଲା ଏପରି ତଥ୍ୟ, ପରିବାର ଓ ସମ୍ପର୍କକୁ ନେଇ କରାଯାଇଥାଏ ସର୍ବାଧିକ ଟ୍ୱିଟ

Motorola-1କନେକ୍ଟିଭିଟି ପାଇଁ କମ୍ପାନୀ ଫୋନରେ 4G ଏଲଇଟୀ, ବ୍ଲୁଟୁଥ୍‌ ୫.୦, ଓ୍ଵାଇ-ଫାଇ, ଜିପିଏସ ଏବଂ ୟୁଏସବି ଟାଇପ-ସି ପୋର୍ଟ ଭଳି ଫିଚର୍ସ ରହିଛି। ଏହାବ୍ୟତୀତ ୟୁଜର୍ସମାନଙ୍କୁ ୨,୫୧୦ ଏମଏଏଚର ବ୍ୟାଟେରୀ ମିଳିବ, ଯାହା ୧୫ ଓ୍ଵାଟ ଫାଷ୍ଟ ଚାର୍ଜିଂଗ ଫିଚର ରୁ କମ ରହିଛି। ଏଥିସହ ମୋଟୋରୋଲା ରେଜର ଆଣ୍ଡ୍ରୋଏଡ୍‌ ୯.୦ ପାଇ ଅପରେଟିଂଗ ସିଷ୍ଟମରେ କାମ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.