Redmi Note 5କୁ ମିଳିଲା ଲାଟେଷ୍ଟ MIUI 11ର ଅପଡେଟ, ୨୦୧୮ ମସିହାରେ ହୋଇଥିଲା ଲଞ୍ଚ

Xiaomi ନିଜର Redmi Note 5 ସ୍ମାର୍ଟଫୋନ ପାଇଁ MIUI ଅପଡେଟ ଜାରିକରିଛି । MIUI 11ର ଫିଚର୍ସ ଉପରକୁ ଆସିଲେ ଏହା ମିନିମଲିସ୍ଟିକ ଡିଜାଇନ, ମେସେଜିଂ ଆପ ପାଇଁ କ୍ୱିକ ରିପ୍ଲାଏ , ନୂଆ ଡାଇନାମିକ ସାଉଣ୍ଡ ଇଫେକ୍ଟ ସହିତ ଅନେକ ନୂଆ ଫିଚର୍ସ ନେଇ ଆସିଛି । Redmi Note 5କୁ ଅକ୍ଟୋବର ଆଣ୍ଡ୍ରଏଡ଼ ସିକ୍ୟୁରିଟି ପ୍ୟାଚ ସହିତ ରୋଲ ଆଉଟ କରାଯାଇଛି ।

ଅନେକ ବ୍ୟବହାରକାରୀ ଅପଡେଟ ମିଳିବା ପରେ ମି ଇଣ୍ଡିଆ କମ୍ୟୁନିଟି କୋରମରେ ଏହି ସୂଚନା ସେୟାର କରିଥିଲେ । Redmi Note 5ର ଅପଡେଟ ବିଲଡ଼ ନମ୍ବର MIUI v11.0.2.0 ଏବଂ ଅପଡେଟର ଫାଇଲ ସାଇଜ 493MB ଅଟେ । ଏପରି ଲାଗୁଛି ଯେପରି ଭାରତରେ ରହୁଥିବା Redmi Note 5ର ୟୁଜର୍ସ ମାନଙ୍କ ପାଇଁ ଅପଡେଟକୁ ବ୍ୟାଚ ବନାଇ ରୋଲଆଉଟ କରାଯାଇଛି ।

Redmi Note 5 को मिलने लगा MIUI 11 अपडेट

ଏହାସହ ପଢନ୍ତୁ ଗବେଷଣାରୁ ଜଣ ପଡିଲା ଏପରି ତଥ୍ୟ, ପରିବାର ଓ ସମ୍ପର୍କକୁ ନେଇ କରାଯାଇଥାଏ ସର୍ବାଧିକ ଟ୍ୱିଟ

ଯଦି ଆପଣଙ୍କ ପାଖରେ Redmi Note 5 ସ୍ମାର୍ଟଫୋନ ଅଛି ଏବଂ ଏପର୍ଯ୍ୟନ୍ତ ଆପଣଙ୍କୁ ଅପଡେଟ ମିଳିନାହିଁ ତାହେଲେ କିଛିଦିନ ମଧ୍ୟରେ ଆପଣଙ୍କୁ ଅପଡେଟ ନିଶ୍ଚୟ ମିଳିଯିବ । Xiaomi ଗ୍ୟାଜେଟ 360କୁ କେବଳ ଏହି କଥାରେ ନିଶ୍ଚିତ କରାଇଛି ଯେ Redmi Note 5 ପାଇଁ MIUI 11ଅପଡେଟ ଜାରି କରାଯାଇଛି । ଯେପରିକି ଆମେ ଆପଣଙ୍କୁ ପୂର୍ବରୁ କହିରଖିଛୁ ଯେ ଅପଡେଟ ଅକ୍ଟୋବର ଆଣ୍ଡ୍ରଏଡ଼ ସିକ୍ୟୁରିଟି ପ୍ୟାଚ ସହିତ ଆସୁଛି ଓ MIUI v11.0.2.0 ଆଣ୍ଡ୍ରଏଡ଼ Pie ଉପରେ ଆଧାରିତ ଅଟେ । ସମ୍ଭବତଃ Android 10ରେ ଅପଗ୍ରେଡ଼ କରାଯିବ ନାହିଁ । ଯଦି ଆମେ changelogର କଥା କହିବା ତାହେଲେ ଅପଡେଟ ନୂଆ UI ଡିଜାଇନ ସହିତ ଆସୁଛି ।

Redmi 7 Starts Receiving MIUI 11 Stable Update in India With October Security Patch

MIUI ଅପଡେଟରେ ଡକ୍ୟୁମେଣ୍ଟ ପ୍ରିଭିଉ ଭଳି ଫିଚର ମଧ୍ୟ ମିଳିବ । ଏହି ଫିଚର ସାହାଯ୍ୟରେ ଆପଣ ଡକୁମେଣ୍ଟ ନଖୋଲି ମଧ୍ୟ ପ୍ରିଭିୟୁ କରିପାରିବେ । ଯଦି ଆପଣଙ୍କୁ ଅପଡେଟ ମିଳିନାହିଁ ତାହେଲେ ଏବେ ସେଟିଙ୍ଗକୁ ଯାଇ ଅପଡେଟ ଯାଞ୍ଚ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.