ସାମ୍ନାକୁ ଆସିଲା ଚର୍ଚ୍ଚାରେ ଥିବା ରାନୁ ମଣ୍ଡଳଙ୍କ ମେକଅପ୍‌ ପଛର ରାଜ୍‌, ଦେଖନ୍ତୁ କିଏ ଦେଇଥିଲେ ଏପରି ଲୁକ୍‌

ସୋସିଆଲ ମିଡିଆ ସେନସେସନ୍‌ ରାନୁ ମଣ୍ଡଳ କାନପୁରର ଏକ ଇଭେଣ୍ଟରେ ପହଁଚିଥିଲେ ଏବଂ ସେଠାରେ ସେ ରାମ୍ପ ଓ୍ଵାକ୍‌ ମଧ୍ୟ କରିଥିଲେ। ଏହି ଇଭେଣ୍ଟର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥିଲା। କେବଳ ଭାଇରାଲ ହୋଇନଥିଲା ଏହି ଫଟୋକୁ ନେଇ ଲୋକେ ଟ୍ରୋଲ ମଧ୍ୟ କରିଥିଲେ। ଏହି ଫଟୋରେ ରାନୁ ଓଭର ମେକଅପ୍‌ କାରଣରୁ ଟ୍ରୋଲ ହୋଇଥିଲେ। ଟ୍ରୋଲର ଏହି ଫଟୋର ମିମ୍ସ ବନାଇ କିଏ ଏମିତି ମେକଅପ୍‌ କରିଛି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ। କେବଳ ଏତିକି ନୁହେଁ ରାନୁଙ୍କର ଓଭର ମେକଅପକୁ ନେଇ ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରୀୟା ମଧ୍ୟ ଦେଇଛନ୍ତି। କିନ୍ତୁ ଏବେ ରାନୁଙ୍କୁ ଏପରି ମେକଅପ୍‌ ଦେଇଥିବା ସମୟର ଭିଡିଓ ସାମ୍ନାକୁ ଆସିଛି।

ଭିଡିଓରେ ଆପଣ ଦେଖିପାରୁଥିବେ ରାନୁ ମଣ୍ଡଳଙ୍କୁ ମେକଅପ୍‌ ଆର୍ଟିଷ୍ଟ ସଂନ୍ଧ୍ୟା ମେକଅପ୍‌ କରାଉଛନ୍ତି। ମେକଅପ୍‌ କରୁଥିବା ଆର୍ଟିଷ୍ଟ ରାମ୍ପରେ ରାନୁଙ୍କ ସହିତ ଚାଲୁଥିବାର ମଧ୍ୟ ଦେଖିବାକୁ ମିଳିଥିଲା। ୧ ମିନିଟ ୪୬ ସେକେଣ୍ଡର ଭିଡିଓ ବହୁତ ଭାଇରାଲ ହେଉଛି।

ranuuu
ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେସନ୍‌ରେ ରାନୁ ମଣ୍ଡଳ ଗୀତ ଗାଇ ନିଜ ଗୁଜୁରାଣ ମେଣ୍ଟାଉଥିଲେ। ଥରେ ଜଣେ ସୋସିଆଲ ମିଡିଆ ୟୁଜର ରାନୁ ମଣ୍ଡଳ ଲତା ମଙ୍ଗେସକରଙ୍କ ‘ଏକ ପ୍ୟାର କା ନଗମା ହୈ’ ଗୀତ ଗାଉଥିବା ଭିଡିଓ ସେୟାର କରିଥିଲେ। ତା’ପରେ ରାନୁଙ୍କ ଭାଗ୍ୟ ବଦଳିଯାଇଥିଲା ଓ ରାତାରାତି ରାନୁ ଷ୍ଟାର ପାଲଟିଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.