ଯାଜପୁର(କେନ୍ୟୁଜ): ମନ୍ଦିର ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର। ଘଟଣା ଘଟିଛି ଯାଜପୁର ଜିଲ୍ଲା ଜେନାପୁର ଥାନା ବାରକଣା ଅଞ୍ଚଳରେ। ମୃତ ଯୁବକ ହେଲେ ନିକଟସ୍ଥ ଏଣ୍ଡଳବା ପଞ୍ଚାୟତ କଲାଣ୍ଡ ଗ୍ରାମର ମାଧବାନନ୍ଦ ପଲେଇଙ୍କ ୨୧ବର୍ଷର ପୁଅ ନନ୍ଦ ପଲେଇ। ଗତକାଲି ରାତିରେ ସେ ସାଇକେଲ ଧରି ଘରୁ ବାହାରି ଆସିଥିଲେ। ତେବେ ଆଜି ସକାଳୁ ବାରକଣା ଗ୍ରାମର ହନୁମାନ ମନ୍ଦିର ପରିସରରେ ନନ୍ଦଙ୍କ ମୃତଦେହ ପଡିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ। ପରେ ଜେନାପୁର ପୋଲିସକୁ ଖବର ଦେଇଥିଲେ।
ଘଟଣାସ୍ଥଳରେ ଜେନାପୁର ପୋଲିସ ପହଂଚି ତଦନ୍ତ ଚଳାଇଛି। ବିଷକ୍ରିୟା ଯୋଗୁ ତାର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଅନୁମାନ କରୁଛି। ସୂଚନା ଅନୁଯାୟୀ, ନନ୍ଦ ବାଙ୍ଗାଲୋରରେ ଏକ କମ୍ପାନୀରେ କାମ କରୁଥିଲେ। ତେବେ ୩ମାସ ହେବ ସେ ଘରକୁ ଫେରିଥିଲେ। କିଛି ଦିନ ହେବ କୌଣସି କାରଣରୁ ସେ ମାନସିକ ଅବସାଦରେ ରହୁଥିବା ଜଣାପଡିଛି।
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…