ରାଜ୍ୟ

କ୍ୟାବିନେଟର ବଡ଼ ଘୋଷଣା: ଚାକିରି ପାଇଁ ଜେନେରାଲ ପିଲାଙ୍କ ୩୮ ଓ SC ST ପିଲାଙ୍କ ୪୩ ବର୍ଷ ବୟସକୁ ବୃଦ୍ଧି

କେନ୍ୟୁଜ୍(ବ୍ୟୁରୋ): ଓଡିଶା ସରକାରଙ୍କର ବଡ଼ ଘୋଷଣା। ଚାକିରି ଲାଗି ବଢିଲା ସର୍ବାଧିକ ବୟସ ସୀମା।  ଆଜି  କ୍ୟାବିନେଟରେ ଏହି ନିଷ୍ପତ୍ତି ସହିତ  ୧୨ ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଅପର ଏଜ୍‌ ଲିମିଟ୍‌ ରୁଲ୍‌ସ ୩ ବର୍ଷ ପାଇଁ କୋହଳ କରାଯାଇଛି। ଚାକିରୀରେ ଅପର ଏଜ୍‌ ଲିମିଟ୍‌ ଥିଲା ୩୨ ବର୍ଷ । ଏହି ଅପରଏଜ୍‌ ଲିମିଟକୁ ୩୮ ବର୍ଷ କରାଯାଇଛି । ଏସ୍‌ସି ଓ ଏସ୍‌ଟିଙ୍କ ପାଇଁ ୪୩ ବର୍ଷକୁ ବୃଦ୍ଧି ଓ ମହିଳାଙ୍କ ଲାଗି ବୟସ ସୀମା ୪୩ ବର୍ଷକୁ ବୃଦ୍ଧି କରାଯାଇଛି।  କୋଭିଡ୍‌ ସମୟରେ ପରୀକ୍ଷାରେ ବିଳମ୍ବ ହେଉଥିଲା । ପରୀକ୍ଷା ଦେବାକୁ ବଂଚିତ ହେଉଥିଲେ ଆଶାୟୀ ପ୍ରାର୍ଥୀ । ତେଣୁ ଏହି ବୟସ ସୀମାକୁ ବୃଦ୍ଧି କରିଛନ୍ତି  ରାଜ୍ୟ ସରକାର।

ସେହିପରି ୫ଟି ମେଗା ପାଇପ୍‌ ପାନୀୟ ଜଳ ପ୍ରକଳ୍ପ ପାଇଁ ଟେଣ୍ଡରକୁ ଅନୁମୋଦନ ଦେଇଛି କ୍ୟାବିନେଟ୍‌। ମୟୂରଭଞ୍ଜ ଜିଲ୍ଲାର ଶ୍ୟାମାଖୁଣ୍ଟା, କପ୍ତିପଦା ଓ ବାରିପଦା ବ୍ଲକ, କଟକ ଜିଲ୍ଲାର ବାଙ୍କି,ଡମପଡ଼ା ବାରଙ୍ଗ, ସମ୍ବଲପୁର ଜିଲ୍ଲାର ଜୁଜୁମରା, ମାନେଶ୍ୱର ନାକଟିଦେଉଳ, ରେଢାଖୋଲ ବ୍ଲକ, ମୟୂରଭଞ୍ଜ ଜିଲ୍ଲାର ସାରଶକଣା, କୁଲିଅଣା ଏବଂ ବାଙ୍ଗିପୋଷି ବ୍ଲକ ଏହି ବୃହତ୍ତ ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ଉପକୃତ ହେବେ ।

KNews Bureau

Recent Posts

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଦ୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

8 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

17 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

52 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

59 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago