କ୍ୟାବିନେଟର ବଡ଼ ଘୋଷଣା: ଚାକିରି ପାଇଁ ଜେନେରାଲ ପିଲାଙ୍କ ୩୮ ଓ SC ST ପିଲାଙ୍କ ୪୩ ବର୍ଷ ବୟସକୁ ବୃଦ୍ଧି

କେନ୍ୟୁଜ୍(ବ୍ୟୁରୋ): ଓଡିଶା ସରକାରଙ୍କର ବଡ଼ ଘୋଷଣା। ଚାକିରି ଲାଗି ବଢିଲା ସର୍ବାଧିକ ବୟସ ସୀମା। ଆଜି କ୍ୟାବିନେଟରେ ଏହି ନିଷ୍ପତ୍ତି ସହିତ ୧୨ ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଅପର ଏଜ୍ ଲିମିଟ୍ ରୁଲ୍ସ ୩ ବର୍ଷ ପାଇଁ କୋହଳ କରାଯାଇଛି। ଚାକିରୀରେ ଅପର ଏଜ୍ ଲିମିଟ୍ ଥିଲା ୩୨ ବର୍ଷ । ଏହି ଅପରଏଜ୍ ଲିମିଟକୁ ୩୮ ବର୍ଷ କରାଯାଇଛି । ଏସ୍ସି ଓ ଏସ୍ଟିଙ୍କ ପାଇଁ ୪୩ ବର୍ଷକୁ ବୃଦ୍ଧି ଓ ମହିଳାଙ୍କ ଲାଗି ବୟସ ସୀମା ୪୩ ବର୍ଷକୁ ବୃଦ୍ଧି କରାଯାଇଛି। କୋଭିଡ୍ ସମୟରେ ପରୀକ୍ଷାରେ ବିଳମ୍ବ ହେଉଥିଲା । ପରୀକ୍ଷା ଦେବାକୁ ବଂଚିତ ହେଉଥିଲେ ଆଶାୟୀ ପ୍ରାର୍ଥୀ । ତେଣୁ ଏହି ବୟସ ସୀମାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର।
ସେହିପରି ୫ଟି ମେଗା ପାଇପ୍ ପାନୀୟ ଜଳ ପ୍ରକଳ୍ପ ପାଇଁ ଟେଣ୍ଡରକୁ ଅନୁମୋଦନ ଦେଇଛି କ୍ୟାବିନେଟ୍। ମୟୂରଭଞ୍ଜ ଜିଲ୍ଲାର ଶ୍ୟାମାଖୁଣ୍ଟା, କପ୍ତିପଦା ଓ ବାରିପଦା ବ୍ଲକ, କଟକ ଜିଲ୍ଲାର ବାଙ୍କି,ଡମପଡ଼ା ବାରଙ୍ଗ, ସମ୍ବଲପୁର ଜିଲ୍ଲାର ଜୁଜୁମରା, ମାନେଶ୍ୱର ନାକଟିଦେଉଳ, ରେଢାଖୋଲ ବ୍ଲକ, ମୟୂରଭଞ୍ଜ ଜିଲ୍ଲାର ସାରଶକଣା, କୁଲିଅଣା ଏବଂ ବାଙ୍ଗିପୋଷି ବ୍ଲକ ଏହି ବୃହତ୍ତ ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ ଉପକୃତ ହେବେ ।