ICMRର ନୂଆ ଗାଇଡ୍‌ଲାଇନ୍‌: କୋଭିଡ୍‌ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କୁ ଟେଷ୍ଟିଂ ଦରକାର ନାହିଁ

କେନ୍ୟୁଜ୍(ବ୍ୟୁରୋ):  କୋଭିଡ୍‌ ଟେଷ୍ଟିଂ ପାଇଁ ଆଇସିଏମ୍‌ଆର ତରଫରୁ ଆସିଲା ନୂଆ ଗାଇଡ୍‌ଲାଇନ୍‌। ଯେଉଁମାନଙ୍କ କେବଳ ଲକ୍ଷଣ ଥିବ ସେମାନଙ୍କୁ ଟେଷ୍ଟିଂ ପାଇଁ ଦିଆଯାଇଛି ପରାମର୍ଶ। ଅର୍ଥାତ କାଶ, ଜ୍ୱର, ଗଳା ଦରଜ ହେଉଥିଲେ ଟେଷ୍ଟିଂ ପାଇଁ କୁହାଯାଇଛି। ଏହାସହ ସ୍ୱାଦ ଓ ଘ୍ରାଣ ଶକ୍ତି ହ୍ରାସ ପାଇଥିଲେ କିମ୍ବା ଅଣନିଶ୍ୱାସୀ ଲାଗୁଥିଲେ ଟେଷ୍ଟିଂ ପାଇଁ ପରାମର୍ଶ ଦେଇଛି ଆଇସିଏମ୍‌ଆର। କୋଭିଡ୍‌ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ, ସମସ୍ତଙ୍କୁ ଟେଷ୍ଟିଂ କରିବା ଆବଶ୍ୟକ ନାହିଁ।

ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ୬୦ ବର୍ଷରୁ ଅଧିକ ବୟସ୍କ କିମ୍ବା ବହୁବିଧ ରୋଗରେ ପୀଡ଼ିତଙ୍କୁ ଟେଷ୍ଟିଂ କରିବାକୁ ପଡିବ। ସେହିପରି ହୋମ୍‌ଆଇସୋଲେସନରୁ ବାହାରିଥିଲେ କିମ୍ବା କୋଭିଡ୍‌ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଥିଲେ ସେମାନଙ୍କ ଟେଷ୍ଟିଂ ଆବଶ୍ୟକ ନାହିଁ। ଏହାସହ ଅନ୍ତଃରାଜ୍ୟ ଘରୋଇ ଯାତ୍ରା କରିଥିଲେ ଟେଷ୍ଟିଂ ଆବଶ୍ୟକ ନାହିଁ ବୋଲି ଆଇସିଏମ୍‌ଆର ତରଫରୁ ପରାମର୍ଶ ଦିଆଯାଇଛି।