ରାଜ୍ୟ

ଇଜ୍ ଅଫ୍ ଡୁଇଂ ଠିକ ନଥିବାରୁ ରାଜ୍ୟକୁ ଆସୁନାହାନ୍ତି ବାହାର ନିବେଶକ, ଅଧିକ କାର୍ଯ୍ୟକ୍ଷମ କରିବାକୁ ରାଜ୍ୟସରକାରଙ୍କୁ ନିବେଦନ କଲା ଉତ୍କଳ ଚ୍ୟାମ୍ବର ଅଫ କମର୍ସ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଇଜ୍ ଅଫ୍ ଡୁଇଂ ବିଜିନେସ୍ ଠିକ୍ ନାହିଁ ।ଇଜ୍ ଅଫ୍ ଡୁଇଂ ଠିକ ନଥିବାରୁ ବାହାର ରାଜ୍ୟର ନିବେଶକରାଜ୍ୟକୁ ଆସୁନାହାନ୍ତି।  ରାଜ୍ୟ ସରକାର ଇଜ୍ ଅଫ୍ ଡୁଇଂକୁ ଅଧିକ କାର୍ଯ୍ୟକ୍ଷମ କରନ୍ତୁ। ଉତ୍କଳ ଚ୍ୟାମ୍ବର ଅଫ କମର୍ସ (ୟୁସିସିଆଇ)ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସରକଙ୍କୁ ଏଭଳି ନିବେଦନ କରାଯାଇଛି। ରାଜ୍ୟରେ ଥିବା ଶିଳ୍ପ ଗୁଡିକ ପାଇଁ କୋଇଲା ଏବଂ ଲୁହାପଥର ର ଯେଉଁ ଅଭାବ ଦେଖାଦେଇଥିଲା ସରକାରଙ୍କ ପ୍ରଚେଷ୍ଟା ଯୋଗୁଁ ଦୁର ହୋଇପାରିଛି। କିନ୍ତୁ ରାଜ୍ୟ ଷ୍ଟିଲ ଏବଂ ଆଲୁମିନିୟମ ଉତ୍ପାଦନ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହୋଇଥିବା ବେଳେ ଡାଉନଷ୍ଟ୍ରିମ ଶିଳ୍ପର ଘୋର ଅଭାବ ରହିଛି। ତା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେବାକୁ ୟୁସିସିଆଇ କହିଛି।

ସେହିପରି ସୋଲାର ଏନର୍ଜି କ୍ଷେତ୍ରରେ ରାଜ୍ୟ ବହୁତ ପଛରେ ରହିଛି। ସ୍ମଲ ସ୍କେଲ ଇଣ୍ଡଷ୍ଟ୍ରି କ୍ଷେତ୍ରରେ ବ୍ୟାଙ୍କ ଲୋନ ପାଇଁ ସମସ୍ୟା ହେଉଛି। ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ରାଜସ୍ଥାନ ଭଳି ରାଜ୍ୟରେ ବିଦ୍ୟୁତ କ୍ଷେତ୍ରରେ ସବସିଡି ଦେଉଥିବା ଯୋଗୁଁ ନିବେଶକାରି ସେହି ରାଜ୍ୟ ପ୍ରତି ଅଧିକ ଆକୄଷୄ ହେଉଛନ୍ତି।ଓଡ଼ିଶାରେ ପାୱାର କ୍ଷେତ୍ରରେ ସବସିଡି ଦେବାକୁ ଦାବି କରିଛନ୍ତି ୟୂସିସିଆଇ ସଭାପତି ବ୍ରହ୍ମା ମିଶ୍ର। କିଛି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ୟୁସିସିଆଇ ନିର୍ବାଚନକୁ ହାଇକୋର୍ଟ ନିଷିଦ୍ଧ କରିଛନ୍ତି। ଏହାକୁ ୟୁସିସିଆଇ ତରଫରୁ ଖଣ୍ଡନ କରାଯାଇଛି।

KNews Bureau

Recent Posts

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 min ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

9 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

11 hours ago