ରାଜ୍ୟ

କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଧର୍ମୀୟ ଭାବନାର ବିଜୟ ହୋଇଛି, ରଥଯାତ୍ରାକୁ ନେଇ ଜାଣନ୍ତୁ କିଏ କଣ କହିଲେ

କେନ୍ୟୁଜ୍ (ବ୍ୟୁରୋ): ରଥଯାତ୍ରାକୁ ସୁପ୍ରିମକୋର୍ଟ ଗ୍ରୀନସିଗନାଲ ଦେବା ପରେ କୋଟି କୋଟି ଭକ୍ତଙ୍କ ମନରେ ଖୁସିର  ଲହରୀ ଖେଳିଯାଇଛି। ଏକାଧିକ ସର୍ତ୍ତ ରଖି କେବଳ ପୁରୀରେ ରଥଯାତ୍ରା କରିବା ପାଇଁ ଅନୁମତି ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ତେବେ ରାୟକୁ ନେଇ ଗଜପତି ଓ  ଅନେକ  ରାଜନେତା ନିଜର ଖୁସି ବ୍ୟକ୍ତ କରିଛନ୍ତି।  ଗଜପତି ରାଜା କହିଛନ୍ତି ‘ଭାବଗ୍ରାହୀ ଠାକୁର  ଭକ୍ତଙ୍କ ଗୁହାରୀ  ଶୁଣିଲେ, ପୂର୍ବ ରାୟକୁ ପୁନର୍ବିଚାର କରିଥିବାରୁ ମୁଁ ସୁପ୍ରିମକୋର୍ଟ ନିକଟରେ  ଋଣୀ, ଆଶା କରୁଛି ରାଜ୍ୟ ସରକାର ଓ କେନ୍ଦ୍ର ସରକାର ପୂର୍ଣ୍ଣମାତ୍ରାରେ ସହଯୋଗ କରିବେ’।

ରଥଯାତ୍ରାକୂ  ନେଇ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଆଜି ହେଉଛି  ଆମ ସମସ୍ତଙ୍କ ପାଇଁ ସ୍ବତନ୍ତ୍ର ଦିନ। ସୁପ୍ରିମକୋର୍ଟ ନିଷ୍ପତ୍ତି ନେଇ ଆଜି ସାରା ଦେଶ ଖୁସି। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଗଜପତି ମହାରାଜା ଓ ଶଙ୍କରାଚାର୍ଯ୍ୟଙ୍କ ସହ କଥା ହୋଇ ମତାମତ ନେଇଥିଲି’ ରଥଯାତ୍ରାକୁ ଗ୍ରୀନ ସିଗନାଲ  ମିଳିବା ପରେ ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଅମିତ ଶାହ।

ସେହିପରି ରଥଯାତ୍ରା ନିଷ୍ପତ୍ତି ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଅନୁମତି ମିଳିବା  ପଛରେ  ଅନେକଙ୍କର ବଡ ଦାୟିତ୍ବ  ଭୂମିକା ରହିଛି। ବିଶେଷ କରି ଶଙ୍କରାଚାର୍ଯ୍ୟ,ଗଜପତି ମହାରାଜା,ଛତିଶା ନିଯୋଗ, ସେବାୟତଙ୍କ ଭୂମିକା ରହିଛି । ପ୍ରବଳ ଇଚ୍ଛା ଶକ୍ତି ପାଇଁ ଆଜି ସାଢେ ୪ କୋଟି ଓଡିଆଙ୍କ ବିଜୟ ହୋଇଛି ତେଣୁ ଗାଇଡ ଲାଇନ ମାନି ସୁରଖୁରରେ ସବୁକାର୍ଯ୍ୟ ସମ୍ପାଦନା ହେବ ବୋଲି  ଆଶା ପକଟ  କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

କୋଭିଡ ଗାଇଡଲାଇନ ମାନି ସମସ୍ତ ସେବାୟତ ଶ୍ରୀଗୁଣ୍ଡିଚାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସୁରୁଖୁରରେ କାର୍ଯ୍ୟ ସମ୍ପାଦନା କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

Sasmita

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

19 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

27 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

43 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago