ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଏବେ ବି ତାଙ୍କ ଫ୍ୟାନ୍ମାନେ ଗ୍ରହଣ କରିପାରୁନାହାନ୍ତି। ଜୁନ୍ ୧୪ରେ ନିଜ ଘରେ ସୁଇସାଇଡ୍ କରିଥିବା ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ପରେ ପାଟନାରେ ତାଙ୍କ ଅସ୍ଥି ବିସର୍ଜନ କରାଯାଇଛି। ସୁଶାନ୍ତଙ୍କ ସ୍ମୃତିରେ ତାଙ୍କ ପରିବାର ତରଫରୁ ଏକ ଶୋକ ସଭା ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ କୌଣସି ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିନଥିଲା।
କେବଳ ତାଙ୍କ ଆତ୍ମୀୟ ସ୍ୱଜନ ହିଁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ସୁଶାନ୍ତଙ୍କର ଏକ ବଡ଼ ଫଟୋରେ ଫୁଲମାଳ ପଡ଼ିଥିବା ବେଳେ ସାମ୍ନାରେ ଦୀପ ଲାଗିଥିବା ଦେଖାଯାଇଛି।
ସୁଶାନ୍ତ ସିଂହ ରାଜପୁତଙ୍କ ଶୋକ ସଭାରେ କେବଳ ବିଜେପି ନେତା ମନୋଜ ତିଓ୍ଵାରୀ ପହଞ୍ଚିଥିଲେ। ସୁଶାନ୍ତଙ୍କ ପରିବାର ସହ ବସି ସେ କଥାବାର୍ତ୍ତା ହେଉଥିବା ବେଳର ଫଟୋ ଭାଇରାଲ ହେଉଛି।
ପବିତ୍ର ରିସ୍ତା ସିରିୟଲରୁ ନିଜ ଆକ୍ଟିଂ କ୍ୟାରିୟର ଆରମ୍ଭ କରିଥିବା ସୁଶାନ୍ତ ସିଂହ ରାଜପୁତ ନିଜ ଚମତ୍କାର ଅଭିନୟରେ ସମସ୍ତଙ୍କୁ ଦିଓ୍ଵାନା ବନାଇଦେଇଥିଲେ। ସିରିୟଲ ହିଟ୍ ହେବା ପରେ ସୁଶାନ୍ତଙ୍କୁ ଫିଲ୍ମର ଅଫର ମିଳିଥିଲା। ସେ ମହେନ୍ଦ୍ର ସିଂହ ଧୋନିଙ୍କ ବାୟୋପିକ୍ ଧୋନି ଦ ଅନ୍ଟୋଲ୍ଡ ଷ୍ଟୋରୀରେ ଅଭିନୟ କରିଥିଲେ। ତେବେ ବଲିଉଡରେ ଚାଲିଥିବା ପରିବାରବାଦ ଯୋଗୁ ସୁଶାନ୍ତଙ୍କ ହାତରୁ ଗତ ୭ ମାସ ମଧ୍ୟରେ ୭ଟି ଫିଲ୍ମ ଚାଲିଯାଇଥିଲା। ଫଳରେ ସେ ଚିନ୍ତାରେ ବୁଡ଼ି ରହିଥିଲେ। ଏହି କାରଣରୁ ସେ ସୁଇସାଇଡ୍ କରିଥିବା କୁହାଯାଉଛି। ତେବେ ସୁଶାନ୍ତଙ୍କ ମୃତ୍ୟୁର କାରଣ ଖୋଜିବା ଦାୟିତ୍ୱ ମୁମ୍ବାଇ କ୍ରାଇମ୍ବ୍ରାଞ୍ଚକୁ ଦିଆଯାଇଥିବାରୁ ସତ ଖୁବ୍ଶୀଘ୍ର ପଦାକୁ ଆସିବ ବୋଲି କୁହାଯାଉଛି।
ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…
ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…
ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…
ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…
ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…
ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…