ସୁଶାନ୍ତଙ୍କ ସ୍ମୃତିରେ ପରିବାର ତରଫରୁ ଆୟୋଜିତ ହେଲା ଶୋକ ସଭା, ଆସିଲେନି କୌଣସି ସେଲିବ୍ରିଟି

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଏବେ ବି ତାଙ୍କ ଫ୍ୟାନ୍‌ମାନେ ଗ୍ରହଣ କରିପାରୁନାହାନ୍ତି। ଜୁନ୍‌ ୧୪ରେ ନିଜ ଘରେ ସୁଇସାଇଡ୍‌ କରିଥିବା ସୁଶାନ୍ତଙ୍କ ଅନ୍ତିମ ସଂସ୍କାର ପରେ ପାଟନାରେ ତାଙ୍କ ଅସ୍ଥି ବିସର୍ଜନ କରାଯାଇଛି। ସୁଶାନ୍ତଙ୍କ ସ୍ମୃତିରେ ତାଙ୍କ ପରିବାର ତରଫରୁ ଏକ ଶୋକ ସଭା ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ କୌଣସି ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିନଥିଲା।

Sushant Singh Rajput's family holds prayer meet for late actor in ...

କେବଳ ତାଙ୍କ ଆତ୍ମୀୟ ସ୍ୱଜନ ହିଁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ସୁଶାନ୍ତଙ୍କର ଏକ ବଡ଼ ଫଟୋରେ ଫୁଲମାଳ ପଡ଼ିଥିବା ବେଳେ ସାମ୍ନାରେ ଦୀପ ଲାଗିଥିବା ଦେଖାଯାଇଛି।

ଦେଖନ୍ତୁ ଭିଡିଓ:

ସୁଶାନ୍ତ ସିଂହ ରାଜପୁତଙ୍କ ଶୋକ ସଭାରେ କେବଳ ବିଜେପି ନେତା ମନୋଜ ତିଓ୍ଵାରୀ ପହଞ୍ଚିଥିଲେ। ସୁଶାନ୍ତଙ୍କ ପରିବାର ସହ ବସି ସେ କଥାବାର୍ତ୍ତା ହେଉଥିବା ବେଳର ଫଟୋ ଭାଇରାଲ ହେଉଛି।

ପବିତ୍ର ରିସ୍ତା ସିରିୟଲରୁ ନିଜ ଆକ୍ଟିଂ କ୍ୟାରିୟର ଆରମ୍ଭ କରିଥିବା ସୁଶାନ୍ତ ସିଂହ ରାଜପୁତ ନିଜ ଚମତ୍କାର ଅଭିନୟରେ ସମସ୍ତଙ୍କୁ ଦିଓ୍ଵାନା ବନାଇଦେଇଥିଲେ। ସିରିୟଲ ହିଟ୍‌ ହେବା ପରେ ସୁଶାନ୍ତଙ୍କୁ ଫିଲ୍ମର ଅଫର ମିଳିଥିଲା। ସେ ମହେନ୍ଦ୍ର ସିଂହ ଧୋନିଙ୍କ ବାୟୋପିକ୍‌ ଧୋନି ଦ ଅନ୍‌ଟୋଲ୍ଡ ଷ୍ଟୋରୀରେ ଅଭିନୟ କରିଥିଲେ। ତେବେ ବଲିଉଡରେ ଚାଲିଥିବା ପରିବାରବାଦ ଯୋଗୁ ସୁଶାନ୍ତଙ୍କ ହାତରୁ ଗତ ୭ ମାସ ମଧ୍ୟରେ ୭ଟି ଫିଲ୍ମ ଚାଲିଯାଇଥିଲା। ଫଳରେ ସେ ଚିନ୍ତାରେ ବୁଡ଼ି ରହିଥିଲେ। ଏହି କାରଣରୁ ସେ ସୁଇସାଇଡ୍‌ କରିଥିବା କୁହାଯାଉଛି। ତେବେ ସୁଶାନ୍ତଙ୍କ ମୃତ୍ୟୁର କାରଣ ଖୋଜିବା ଦାୟିତ୍ୱ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚକୁ ଦିଆଯାଇଥିବାରୁ ସତ ଖୁବ୍‌ଶୀଘ୍ର ପଦାକୁ ଆସିବ ବୋଲି କୁହାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.